ପ୍ରବଳ ତାତି : ରାଜ୍ୟର ୯ଟି ସହରର ତାପମାତ୍ରା ୪୨ ଡିଗ୍ରୀ ଉପରେ, ସମ୍ବଲପୁର ସବୁଠୁ ଉତ୍ତପ୍ତ 

ଭୁବନେଶ୍ୱର – ରାଜ୍ୟବାସୀଙ୍କୁ ତାତିରୁ ନିସ୍ତାର ମିଳୁନି । ପ୍ରବଳ ଗରମ ଓ ଗୁଳୁଗୁଳି ସ୍ଥିତି ଅବ୍ୟାହତ ରହିଛି । ବିଶେଷ କରି ପଶ୍ଚିମ ଓଡ଼ିଶାରେ ତାତିର ପ୍ରଭାବ ଅଧିକ ରହୁଛି । ରାଜ୍ୟର ୯ଟି ସହରରେ ତାପମାତ୍ରା ୪୨ ଡିଗ୍ରୀ ସେଲସିୟସ ଉପରେ ଥିଲା । ୪୩.୩ ଡିଗ୍ରୀ ସେଲସିୟସ ସହ ସମ୍ବଲପୁର ସବୁଠୁ ଉତ୍ତପ୍ତ ସହର ହୋଇଛି । ବୌଦ୍ଧରେ ୪୩ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ହୀରାକୁଦରେ ୪୨.୬, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ୪୨.୫, ସୋନପୁରରେ ୪୨.୩, ବରଗଡ଼ରେ ୪୨.୨, ଅନୁଗୁଳରେ ୪୨.୧,ବଲାଙ୍ଗୀର, ତାଳଚେର ଓ ରାଉରକେଲାରେ ୪୨ ଡିଗ୍ରୀ ସେଲସିୟସ ତାପମାତ୍ରା ରହିଛି।ଆଜି ଭୁବନେଶ୍ୱରର ତାପମାତ୍ରା ୩୯.୮ ଡିଗ୍ରୀ ସେଲସିୟସ ଥିବା ବେଳେ କଟକରେ ତାପମାତ୍ରା ଥିଲା ୩୮.୫ ଡିଗ୍ରୀ ସେଲସିୟସ।

Comments are closed.