ଜମିବାଡିକୁ କେନ୍ଦ୍ର କରି ୪ ଜଣଙ୍କୁ ହତ୍ୟା

ବରଗଡ଼ ୨୩ / ୦୫ : ବରଗଡ଼ ଜିଲ୍ଲା ଭଟଲି ଝିକିଝିକି ଗାଁରେ ଘଟିଛି ଅଭାବନୀୟ ଘଟଣା । ଜମିବାଡି ବିବାଦକୁ କେନ୍ଦ୍ର କରି ଗୋଟିଏ ପରିବାରର ୪ଜଣଙ୍କୁ ହତ୍ୟା କରାଯାଇଛି । ଭଟଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ , ଭଟଲି ବ୍ଳକ ଝିକିଝିକି ଗାଁରେ ଜମିବାଡି ବିବାଦରୁ ଏକ ଅଭବାନୀୟ ଘଟଣା ଘଟିଯାଇଛି । ଗୋଟିଏ ପରିବାରର ୪ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ପୁତୁରା , ବୋହୂ ଏବଂ ଦୁଇ ପିଲାଙ୍କୁ ଛାଡିଲାଣି ଅଭିଯୁକ୍ତ । ଦାଦା ସହ ୪ଜଣଙ୍କୁ ହତ୍ୟା କରିଥିବା ଜଣାପଡିଛି । ଘର ଭିତରେ ୪ଜଣଙ୍କ ମୃତଦେହ ରକ୍ତାକ୍ତ ଅବସ୍ଥାରେ ପଡିରହିଥିଲା ।

ସେପଟେ ସୂଚନା ପାଇ ଭଟଲି ଥାନା ପୋଲିସ ଘଟଣାସ୍ଥଳରେ ଛାନ୍‌ଭିନ୍ ଆରମ୍ଭ କରିଛି । ଆବଶକ୍ୟ ପଡିଲେ ସାଇଣ୍ଟିଫିକ୍ ଟିମ୍‌ର ମଧ୍ୟ ସହଯୋଗ ନେଇପାରେ ପୋଲିସ । ଅଭିଯୁକ୍ତ ଦାଦା ସଂକୀର୍ତ୍ତନ ବାଗ୍ ଘଟଣା ପରଠାରୁ ଫେରାର ଥିବା ଜଣାପଡିଛି । ପୋଲିସ ବିଭିନ୍ନ ଟିମ୍ ଗଠନ କରି ଅନେକ ସ୍ଥାନରେ ଚଢାଉ କରୁଛି । ଅଭିଯୁକ୍ତ ଗିରଫ ପରେ ହତ୍ୟାର ସଠିକ୍ ଜଣାପଡିବ ବୋଲି ପୋଲିସ ଆଶା ରଖୁଛି ।

Comments are closed.