ଆଜି ବି ରାଜ୍ୟରେ ପ୍ରବଳ ଗରମ ଓ ଗୁଳୁଗୁଳି, ଦିନ ସାଢେ ୧୧ଟା ସୁଦ୍ଧା ସମ୍ବଲପୁର ଉତ୍ତପ୍ତ ସହର

ଭୁବନେଶ୍ବର- ଆଜି ବି ରାଜ୍ୟର ଅନେକ ଅଞ୍ଚଳରେ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ପଶ୍ଚିମ ଓଡ଼ିଶାର ଅନେକ ସ୍ଥାନରେ ଆଜି ମଧ୍ୟ ପ୍ରଚଣ୍ଡ ଖରାତାତିରେ ଲୋକେ ବ୍ୟତିବ୍ୟସ୍ତ ହୋଇଛନ୍ତି। ଆଜି ଦିନ ୧୧ଟା ୩୦ ସୁଦ୍ଧା ସମ୍ବଲପୁର ଥିଲା ରାଜ୍ୟର ଉତ୍ତପ୍ତ ସହର । ଏଠାରେ ତାପମାତ୍ରା ୪୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ରାଜଧାନୀ ଭୁବନେଶ୍ଵରରେ ତାପମାତ୍ରା ଥିଲା ୩୮ ଦଶମିକ ୨ ଡିଗ୍ରୀ ସେଲସିୟସ ।

ଦିନ ୧୧ଟା ୩୦ ସୁଦ୍ଧା ବିଭିନ୍ନ ସହରର ତାପମାତ୍ରା ନିମ୍ନରେ ଦିଆଗଲା

ସମ୍ବଲପୁର: ୪୧ ଡ଼ିଗ୍ରୀ
ଝାରସୁଗୁଡା: ୩୯.୬ ଡ଼ିଗ୍ରୀ
ହୀରାକୁଦ: ୩୯.୬ ଡ଼ିଗ୍ରୀ
ଚାନ୍ଦବାଲି: ୩୯ ଡ଼ିଗ୍ରୀ
ଭୁବନେଶ୍ୱର: ୩୮.୨ ଡ଼ିଗ୍ରୀ
କେନ୍ଦୁଝର: ୩୮.୨ ଡ଼ିଗ୍ରୀ
ବାଲେଶ୍ୱର: ୩୫.୪ ଡ଼ିଗ୍ରୀ
ପୁରୀ: ୩୩.୬ ଡ଼ିଗ୍ରୀ
ଗୋପାଳପୁର: ୩୩ ଡ଼ିଗ୍ରୀ
ପାରାଦୀପ: ୩୨.୮ ଡ଼ିଗ୍ରୀ

Comments are closed.