ଭିକାରୀ ବଳ ଜଗନ୍ନାଥ ସଂସ୍କୃତିର ମହାନ ବାର୍ତ୍ତାବହ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର- ଆଜି ହେଉଛି ଭଜନ ସମ୍ରାଟ ଭିକାରୀ ବଳଙ୍କ ଜୟନ୍ତୀ। ଏହି ଅବସରରେ ଭଜନ ସମ୍ରାଟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିକାରୀ ବଳଙ୍କୁ ଜଗନ୍ନାଥ ସଂସ୍କୃତିର ମହାନ ବାର୍ତ୍ତାବହ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ନିଜ ସୁମଧୁର ଓ ଆବେଗଭରା ଭଜନ ଓ ଜଣାଣରେ ସେ ସର୍ବଦା ଜୀବନ୍ତ। ଜଗନ୍ନାଥ ସଂସ୍କୃତିର ପ୍ରସାର ସହ ଓଡ଼ିଆ ଭକ୍ତି ସଙ୍ଗୀତ ଜଗତ ପ୍ରତି ଭିକାରୀ ବଳଙ୍କ ଅବଦାନ ଅତୁଳନୀୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

Comments are closed.