ଗ୍ରୀଷ୍ମ ପ୍ରବାହ ଜାରି: ସାଢେ ୧୧ ସୁଦ୍ଧା ଭୁବନେଶ୍ବର ଓ ସମ୍ବଲପୁରରେ ସର୍ବାଧିକ ତାପମାତ୍ରା

ଭୁବନେଶ୍ୱର – ଆଜି ମଧ୍ୟ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପ୍ରବଳ ଗରମ ଓ ଗୁଳୁଗୁଳି ଦାଉ ସାଧୁଛି। ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ଭୁବନେଶ୍ବର ଓ ସମ୍ବଲପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଥିଲେ । ଭୁବନେଶ୍ୱର ଓ ସମ୍ବଲପୁରର ତାପମାତ୍ରା ୩୯.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

ଦିନ ସାଢ଼େ ୧୧ ସୁଦ୍ଧା ଝାରସୁଗୁଡାରେ ୩୮.୪ ଡିଗ୍ରୀ, ହୀରାକୁଦରେ ୩୭.୪ ଡିଗ୍ରୀ, ଚାନ୍ଦବାଲିରେ ୩୫.୬ ଡିଗ୍ରୀ ଓ କେନ୍ଦୁଝରରେ ୩୫ ଡିଗ୍ରୀ ତାପମାତ୍ରା ରହିଥିଲା । ବାଲେଶ୍ୱରରେ ୩୫ ଡିଗ୍ରୀ, ପୁରୀରେ ୩୩ ଡିଗ୍ରୀ, ପାରାଦୀପରେ ୩୩.୪ ଡିଗ୍ରୀ ଓ ଗୋପାଳପୁରରେ ୩୩.୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି ।

ଆଜି କେତୋଟି ଜିଲ୍ଲାରେ କାଳବୖଶାଖୀ ବର୍ଷା ତାତିରୁ ସାମାନ୍ୟ ଆଶ୍ବସ୍ତି ଆଣିବା ସମ୍ଭାବନା ରହିଛି।

Comments are closed.