ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ପବନ, କ୍ଷୟକ୍ଷତି ହୋଇଥିଲେ ତୁରନ୍ତ ରିପୋର୍ଟ ଦେବାକୁ ଏସଆରସିଙ୍କ ନିର୍ଦ୍ଦେଶ

ଭୁବନେଶ୍ବର- ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷାପବନ ଯୋଗୁଁ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ତୁରନ୍ତ କ୍ଷୟକ୍ଷତି ରିପୋର୍ଟ ଦେବାକୁ ପ୍ରଭାବିତ ଜିଲ୍ଲାମାନଙ୍କୁ ସ୍ୱତନ୍ତ୍ର ରିଲିଫ କମିଶନର – ଏସ ଆରସି ସୂଚନା ଦେଇଛନ୍ତି। ବିଦ୍ୟୁତ ସରବରାହ ତୁରନ୍ତ ପୁନର୍ବାହାଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସ ଆରସି । ଗଛ ପଡ଼ିଥିଲେ ଅଗ୍ନିଶମ କର୍ମଚାରୀଙ୍କ ସହାୟତା ନେଇ ସଫା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗଛ ସଫା କରି ତୁରନ୍ତ ବିଜୁଳି ବ୍ୟବସ୍ଥା ଚାଲୁ କରିବାକୁ ନିର୍ଦ୍ଦେଶ ଦିଆଯିବା ସହ ଝଡ଼ରେ ଭାଙ୍ଗିଥିବା ଘର ଓ ଅନ୍ୟ କ୍ଷୟକ୍ଷତି ରିପୋର୍ଟ ଦେବାକୁ କୁହାଯାଇଛି। ଜୀବନହାନୀ ଘଟିଥିଲେ ବା ଆହତ ହୋଇଥିଲେ ବି ରିପୋର୍ଟ କରିବାକୁ କହିଛନ୍ତି ଏସ ଆରସି ସତ୍ୟବ୍ରତ ସାହୁ।

Comments are closed.