ସକାଳେ ପ୍ରବଳ ଖରା, ଅପରାହ୍ନରେ କାଳବୖଶାଖୀ : ଅନେକ ସ୍ଥାନରେ ଆଉ ତିନି ଦିନ ଜାରି ରହିବ ଏଭଳି ସ୍ଥିତି

ଭୁବନେଶ୍ୱର -ରାଜ୍ୟରେ ବିଚିତ୍ର ପାଣିପାଗ । ମଧ୍ୟାହ୍ନରେ ପ୍ରବଳ ଗରମ ଓ ଅପରାହ୍ନରେ ପ୍ରବଳ ବର୍ଷା । ଆସନ୍ତା ୩ ଦିନ ଯାଏଁ ଏଭଳି ପାଗ ଜାରି ରହିବ । ଏବେ ସକାଳୁ ପ୍ରବଳ ଖରା ସହିତ ଅପରାହ୍ନରେ କାଳବୈଶାଖୀ ଝଡ଼ବର୍ଷା ଦେଖିବାକୁ ମିଳୁଛି । ୨୯ ତାରିଖ ପର୍ଯ୍ୟନ୍ତ ଉପକୂଳ ସମେତ ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀର ପ୍ରଭାବ ରହିବା ସମ୍ଭାବନା ରହିଛି । ଆଜି ୮ ଜିଲ୍ଲାକୁ କାଳବୈଶାଖୀ ନେଇ ନେଇ ୟେଲୋ ଆଲର୍ଟ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତାକାଲି ୨୧ ଜିଲ୍ଲାକୁ ସତର୍କ ସୂଚନା ଜାରି ହୋଇଛି । ବିଜୁଳି ଘଡ଼ଘଡ଼ି ସମେତ ବର୍ଷା ସହ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି । କାଳବୈଶାଖୀ ବର୍ଷାର ପ୍ରଭାବ ରହିଲେ ମଧ୍ୟ ତାତିରେ ବ୍ରେକ୍ ଲାଗିବା ସମ୍ଭାବନା ନାହିଁ । ବିଶେଷ କରି ପଶ୍ଚିମ ଓଡ଼ିଶାରେ ତାପମାତ୍ରା ଅଧିକ ରହିବ । ସୁନ୍ଦରଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର, ସମ୍ବଲପୁର, ବୌଦ୍ଧ, ସୋନପୁର, ନୂଆପଡ଼ା ଜିଲ୍ଲାରେ ୪୦ ରୁ ୪୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ରହିବ ବୋଲି ଆକଳନ କରାଯାଇଛି । ଉପକୂଳ ଓଡ଼ିଶାରେ କାଳବୈଶାଖୀ ହେଲେ ମଧ୍ୟ ତାତି ୪୦ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରହିପାରେ ବୋଲି କହିଛି ପାଣିପାଗ କେନ୍ଦ୍ର ।

Comments are closed.