ସାନଖେମୁଣ୍ଡି: ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟି ପାଳୁଖୋଳା ନିକଟରେ ଶୁକ୍ରବାର ପୂର୍ବାହ୍ନରେ ଏକ ଆମ୍ବ ବୋଝେଇ ଟ୍ରକ୍ ଓଲଟି ପଡ଼ିଛି।ଗଜପତି ଜିଲ୍ଲା ଶିଙ୍କୁଳିପଦରରୁ ଝାରସୁଗୁଡ଼ା ଅଭିମୁଖେ ଟ୍ରକଟି ଯାଉଥିଲା। ଘାଟି ରାସ୍ତାରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଏଥିରେ ତିନି ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ରେଢ଼ାଖୋଲର ଉମେଶ ଚନ୍ଦ୍ର ଦେଓ, ଝାରସୁଗୁଡ଼ାର ଅଜୟ କୁମାର ସାହୁ ଓ କଂସାମାରିର କେ.ମନୋରଞ୍ଜନ। ଆହତମାନଙ୍କୁ ପ୍ରଥମେ ଦିଗପହଣ୍ଡି ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲା। ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।
Comments are closed, but trackbacks and pingbacks are open.