ଯୁକ୍ତ ଦୁଇ ପରୀକ୍ଷା ଫଳ ତାରିଖ ଘୋଷଣା ଆଜି

ଭୁବନେଶ୍ୱର – ଆଜି ଘୋଷଣା ହେବ ଯୁକ୍ତ ଦୁଇ ପରୀକ୍ଷା ଫଳ ତାରିଖ । ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପୂର୍ବରୁ ସୂଚନା ଦେଇଥିଲା । ପ୍ରଥମେ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ଫଳ ଏବଂ ପରେ କଳା ଓ ଧନ୍ଦାମୂଳକ ଫଳ ପ୍ରକାଶ ପାଇବ । ସବୁ ଠିକଠାକ୍ ରହିଲେ ଆସନ୍ତା ୩୦ କିମ୍ବା ୩୧ରେ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ପ୍ରକାଶ ପାଇପାରେ । ଜୁନ ୮ ତାରିଖ ସୁଦ୍ଧା ପ୍ରକାଶ ପାଇପାରେ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ।
ଏ ବର୍ଷ ମୋଟ ୩ ଲକ୍ଷ ୫୭ ହଜାର ୯୪୨ ଛାତ୍ରଛାତ୍ରୀ ବିଜ୍ଞାନ, କଳା ଓ ବାଣିଜ୍ୟ ବିଭାଗରେ ପରୀକ୍ଷା ଦେଇଛନ୍ତି । ଏଥିରେ ୧ ଲକ୍ଷ ୭୩ ହଜାର ୫୩୪ ଜଣ ଛାତ୍ର ଥିବା ବେଳେ ଛାତ୍ରୀଙ୍କ ସଂଖ୍ୟା ୧ ଲକ୍ଷ ୮୪ ହଜାର ୪୦୮ । କଳାରେ ୨ ଲକ୍ଷ ୧୮ ହଜାର ୪୪୦ ଛାତ୍ରଛାତ୍ରୀ, ବିଜ୍ଞାନରେ ୯୧ ହଜାର ୪୫୭, ବାଣିଜ୍ୟରେ ୨୩ ହଜାର ୧୯୩ ଜଣ ପିଲା ପରୀକ୍ଷା ଦେଇଛନ୍ତି ।

Comments are closed.