୨୦୨୪ ନିର୍ବାଚନ ପ୍ରସ୍ତୁତି: ସରକାରୀ କର୍ମଚାରୀଙ୍କ ବଦଳି ଓ ନିଯୁକ୍ତି ପ୍ରକ୍ରିୟା ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର – ୨୦୨୪ ନିର୍ବାଚନ ପାଇଁ ପ୍ରାଶାସନିକ ସ୍ତରରେ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ ହୋଇଛି । ସରକାରୀ କର୍ମଚାରୀଙ୍କ ବଦଳି ଓ ନିଯୁକ୍ତି ପ୍ରକ୍ରିୟା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏ ବାବଦରେ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ରାଜସ୍ୱ ବିଭାଗ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ମେ’ ୨୯ ତାରିଖ ସୁଦ୍ଧା ଏନେଇ ତାଲିକା ଦେବାକୁ କୁହାଯାଇଛି । ବିଶେଷକରି ଓଏଏସ/ଓଆରଏସ ଗ୍ରୁପ- ବି ଅଫିସରଙ୍କ ପାଇଁ ବଦଳି ନିୟମ ଲାଗୁ ହେବ । ଯେଉଁମାନେ ଗୋଟିଏ ସ୍ଥାନରେ ୩ ବର୍ଷ ପୂରଣ କରିଛନ୍ତି ଓ ଯେଉଁମାନେ ଘରୋଇ ଜିଲ୍ଲାରେ କାର୍ଯ୍ୟ କରୁଛନ୍ତି ସେନେଇ ତଥ୍ୟ ମାଗିଛନ୍ତି ରାଜସ୍ୱ ସଚିବ ।

Comments are closed.