ଆଜିଠୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ନାମଲେଖା ଆବେଦନ ପ୍ରକ୍ରିୟା

ଭୁବନେଶ୍ୱର – ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ପ୍ରଥମ ବର୍ଷ ପାଇଁ ଅନଲାଇନ ନାମଲେଖା ଆବେଦନ ପ୍ରକ୍ରିୟା । ଆସନ୍ତା ଜୁନ ୨୦ ତାରିଖ ପର୍ଯ୍ୟନ୍ତ ସାମସ ଓଡିଶା ପୋର୍ଟାଲରେ ଅନଲାଇନ ଜରିଆରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ।

www.samsodisha.gov.in ରେ ଛାତ୍ରଛାତ୍ରୀ ନାମଲେଖା ଆବେଦନ କରିପାରିବେ । ଜୁନ୍ ୨୦ ତାରିଖ ଯାଏଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଜୁନ ୨୮ ତାରିଖରେ ପ୍ରକାଶ ପାଇବ ପ୍ରଥମ ମେରିଟ୍‌ ଲିଷ୍ଟ । ୨୯ ଜୁନ୍‌ରୁ ଜୁଲାଇ ୫ ତାରିଖ ହେବ ପ୍ରଥମ ପର୍ଯ୍ୟାୟ ନାମଲେଖା ଚାଲିବ। ଜୁଲାଇ ୧୩ ତାରିଖରେ ପ୍ରକାଶ ପାଇବ ଦ୍ଵିତୀୟ ମେରିଟ ଲିଷ୍ଟ। ଜୁଲାଇ ୧୪ ରୁ ୧୭ ହେବ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ।

ଦୁଇଟି ପର୍ଯ୍ୟାୟରେ ହେବ ନାମଲେଖା । ୧୯ ଜୁଲାଇ ସ୍ପଟ୍ ଆଡ଼ମିଶନ ପାଇଁ ତାଲିକା ପ୍ରକାଶ ପାଇବ । ୧୯ ରୁ ୨୧ ତାରିଖ ଅନ୍‌ଲାଇନରେ ଚଏସ୍‌ ଲକିଂ ଏବଂ ୨୬ରେ ହେବ ସ୍ପଟ୍ ଆଡ଼ମିଶନ । ଜୁଲାଇ ୨୯ରୁ ଆରମ୍ଭ ହେବ ଯୁକ୍ତ ୨ ପ୍ରଥମ ବର୍ଷ ପାଠ ପଢା।

Comments are closed.