ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କ ଲମ୍ବା ଇନିଂସ : ନିର୍ମଳ ଭାବମୂର୍ତ୍ତି ଓ ସ୍ୱଚ୍ଛ ଶାସନର ଅନନ୍ୟ ଉଦାହରଣ 

ଭୁବନେଶ୍ୱର -ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକଙ୍କ ଲମ୍ବା ଇନିଂସ। ମୁଖ୍ୟମନ୍ତ୍ରୀ ଭାବେ ଆଜି ପଞ୍ଚମ ପାଳିର ଚତୁର୍ଥ ବର୍ଷ ପୂରଣ କରିଛନ୍ତି ନବୀନ । ଦୀର୍ଘ ୨୩ ବର୍ଷରୁ ଅଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ପଦରେ ରହି ନବୀନ ପଟ୍ଟନାୟକ ଏକ ନୂଆ ଓଡ଼ିଶାର ବିକାଶରେ ସାଜିଛନ୍ତି କର୍ଣ୍ଣଧାର । ଲଗାତାର ମୁଖ୍ୟମନ୍ତ୍ରୀ ହୋଇ ଅଧିକ ଦିନ କ୍ଷମତାରେ ରହିବାରେ ନବୀନ ହେଉଛନ୍ତି ଦେଶରେ ତୃତୀୟ ମୁଖ୍ୟମନ୍ତ୍ରୀ।

୨୦୧୯ ମେ’ ୨୯ ତାରିଖରେ ଆସିଥିଲା ବିଧାନସଭା ଫଳାଫଳ । ଲୋକପ୍ରିୟତାର ମିଳିଥିଲା ଆଉ ଏକ ପ୍ରମାଣ । ପୁଣି ଥରେ ଜନାଦେଶ ନବୀନଙ୍କ ବିଜେଡି ସପକ୍ଷରେ ଯାଇଥିଲା । ୧୧୨ ଆସନରେ ବାଜି ମାରି ଲଗାତାର ପଞ୍ଚମ ଥର ପାଇଁ କ୍ଷମତାସୀନ ହୋଇଥିଲା ବିଜୁ ଜନତା ଦଳ । ଆରମ୍ଭ ହୋଇଥିଲା ନବୀନ ଶାସନର ଆଉ ଏକ ସଫଳ ଅଧ୍ୟାୟ। ନବୀନ ସରକାରଙ୍କ ପଞ୍ଚମ ପାଳି ସରକାରକୁ ଆଜି ପୂରିଛି ୪ ବର୍ଷ । ଏହାରି ଭିତରେ ଦୁର୍ନୀତିମୁକ୍ତ ଓ ସ୍ୱଚ୍ଛ ଶାସନ ଦେବାରେ ସର୍ବଶ୍ରେଷ୍ଠ ଦୃଷ୍ଟାନ୍ତ ସାଜିଛନ୍ତି ନବୀନ ସରକାର । ଶିକ୍ଷାଠୁ ସ୍ବାସ୍ଥ୍ୟ, କ୍ରୀଡ଼ା, ଭିତ୍ତିଭୂମି ଓ ମୌଳିକ ସୁବିଧା ଯୋଗାଇଦେବାରେ ମଡେଲ ସାଜିଛି ବିଜେଡି ସରକାର ।

ଆଉ ମାତ୍ର କିଛି ଦିନ ପରେ ଲଗାତାର ମୁଖ୍ୟମନ୍ତ୍ରୀ ରହିବା ତାଲିକାରେ ଜ୍ୟୋତି ବସୁଙ୍କୁ ଟପି ନବୀନ ଦ୍ବିତୀୟ ସ୍ଥାନକୁ ଚାଲିଯିବେ। ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ଜନ୍ମ ନେଇଥିବା ବିଜୁ ଜନତା ଦଳର ସଭାପତି ଅଛନ୍ତି ନବୀନ ପଟ୍ଟନାୟକ। ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ହେବା ପରେ ଉଭୟ ଶାସନ କଳ ଓ ଦଳ ପରିଚାଳନା କରିବାରେ ନବୀନ ସିଦ୍ଧହସ୍ତ। ସ୍ବଚ୍ଛ ଓ ଦୁର୍ନୀତି ମୁକ୍ତ ଶାସନ ପାଇଁ ନିରନ୍ତର ଓ ଅକ୍ଳାନ୍ତ ଉଦ୍ୟମ କରୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ରାଜନୀତିରେ ଏକ ଅନନ୍ୟ ଚେହେରା।

ବିଭିନ୍ନ ଅନୁଷ୍ଠାନ ତରଫରୁ ଏକାଧିକ ଥର ଦେଶର ନମ୍ବର ୱାନ ସିଏମ ବିବେଚିତ ହୋଇଛନ୍ତି ନବୀନ । ବିପର୍ଯ୍ୟୟ ପରିଚାଳନା, ସ୍ବାସ୍ଥ୍ୟ ସୁବିଧା ଏବଂ ଲୋକଙ୍କ ନିକଟରେ ସୁବିଧା ପହଞ୍ଚାଇବାରେ ଓଡ଼ିଶା ବ ପରିଚିତ। ମହିଳା ସଶକ୍ତିକରଣରେ ଓଡ଼ିଶା ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛି। ଲୋକଙ୍କ ସେବା ଓ ରାଜ୍ୟର ସାମଗ୍ରିକ ବିକାଶ ହିଁ ନବୀନ ଆଜି ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଓ ଲୋକଙ୍କ ହୃଦୟର ସମ୍ରାଟ।

Comments are closed.