ଇସ୍ରୋର ଆଉ ଏକ ମାଇଲଖୁଣ୍ଟ, ନୂଆ ପୀଢ଼ିର ନାଭିଗେସନ୍ ଉପଗ୍ରହର ସଫଳ ଉତକ୍ଷେପଣ

ବେଙ୍ଗାଲୁରୁ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି । ସୋମବାର ପୂର୍ବାହ୍ନ ୧୦.୪୨ରେ ଶ୍ରୀହାରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଏକ ନୂଆ ପୀଢ଼ିର ନାଭିଗେସନ୍ ଉପଗ୍ରହକୁ ସଫଳତାର ସହ ଉତକ୍ଷେପଣ କରିଛି ଇସ୍ରୋ। ଜିଏସ୍ଏଲଭି-ଏଫ୍୧୨ ଯାନ ସହାୟତାରେ ନାଭିଗେସନ୍ ଉପଗ୍ରହ ଏନଭିଏସ୍-୦୧କୁ ଉତକ୍ଷେପଣ କରାଯାଇଛି । ଏଥିସହ ଏହି ଉପଗ୍ରହକୁ ଏହାର ନିର୍ଦ୍ଧାରିତ କକ୍ଷପଥରେ ସ୍ଥାପିତ କରାଯାଇଛି । ଏହି ଉପଗ୍ରହ ଭାରତ ଏବଂ ମୂଳ ଭୂଖଣ୍ଡ ଠାରୁ ପ୍ରାୟ ୧,୫୦୦ କିଲୋମିଟର ପର୍ଯ୍ୟନ୍ତ ଜାହାଜ ଗୁଡ଼ିକର ରିଅଲ୍ ଟାଇମ୍ ପୋଜିସନ୍ ଏବଂ ନୌ ପରିବହନର ରିଅଲ ଟାଇମ୍ ସମ୍ବନ୍ଧୀୟ ସେବା ଯୋଗାଇବ |

Comments are closed.