କ୍ୟାବିନେଟ ବୈଠକ: ୧୮ଟି ପ୍ରସ୍ତାବକୁ ଅନୁମୋଦନ, ‘ମୋ ଘର’ ଯୋଜନାକୁ ମଞ୍ଜୁରୀ

ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା କ୍ୟାବିନେଟ ବୈଠକରେ ୧୮ଟି ପ୍ରସ୍ତାବରେ ମୋହର ବାଜିଛି । ‘ମୋ ଘର’ ପ୍ରସ୍ତାବକୁ ଅନୁମୋଦନ ମିଳିଥିବା ସୂଚନା ଦିଆଯାଇଛି। ମୋ ଘର ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି ରାଜ୍ୟ ସରକାର । ଏହି ଯୋଜନାରେ ଗ୍ରାମୀଣ ଲୋକଙ୍କୁ ଘର ତିଆରି ପାଇଁ ସହାୟତା ଦେବେ ସରକାର । ୨ଟି ଫିଲ୍ମକୁ କରମୁକ୍ତ ହୋଇଛି । ଡେଲିଭରୀ ବୟ ଓ ଜ୍ୱିଗାଟୋକୁ କରମୁକ୍ତ କରାଯାଇଛି ।

ଆଜିର କ୍ୟାବିନେଟ ବୈଠକରେ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାକୁ ମଧ୍ୟ ମଞ୍ଜୁରୀ ମିଳିଛି । ଏହି ପ୍ରସ୍ତାବିତ ବିଶ୍ୱବିଦ୍ୟାଳୟ ପାଇଁ ୩୩୦.୧୭ କୋଟି ଟଙ୍କା ମଞ୍ଜୁର ହୋଇଛି।

ବଲାଙ୍ଗିର ଜିଲ୍ଲାରେ ୬ଟି ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ମଂଜୁରୀ ଦେଇଛି କ୍ୟାବିନେଟ । ଏସବୁ ପ୍ରକଳ୍ପ ଦ୍ବାରା ୨୨୨ଟି ଗାଁର ୧.୬୧ ଲକ୍ଷ ଲୋକ ପାନୀୟ ଜଳ ସୁବିଧା ପାଇବେ । ଗଜପତି ଜିଲ୍ଲାର ୨ଟି ପାନୀୟ ଜଳ ପ୍ରକଳ୍ପକୁ ମଧ୍ୟ ମଞ୍ଜୁରୀ ମିଳିଛି । ଏହା ଦ୍ୱାରା ୩୪୬ଟି ଗାଁର ୧.୩୧ଲକ୍ଷ ଲୋକ ଉପକୃତ ହେବେ । ଜଳକ୍ଳୀଷ୍ଟ ଅଞ୍ଚଳରେ ଭୂତଳ ଜଳର ପୋଷଣୀୟ ବିନିଯୋଗକୁ ଅନୁମୋଦନ କରିଛି କ୍ୟାବିନେଟ।

କ୍ଲଷ୍ଟର ଭିତ୍ତିରେ ଖନନ ହେବ ଅଗଭୀର ନଳକୂପ । ଏଥିପାଇଁ ଖର୍ଚ୍ଚ ହେବ ୩୬୪.୪୦ କୋଟି ।

ଏକ୍ସାଇଜକୁ ଷ୍ଟେଟ କ୍ୟାଡର କରାଯାଇଛି । ଏଥିସହ ଭିସୁଟର ରୂପାନ୍ତରଣ ପ୍ରସ୍ତାବକୁ ମଧ୍ୟ ଅନୁମୋଦନ କରିଛି କ୍ୟାବିନେଟ। ଏଥିପାଇଁ ୨ ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଶ୍ରୀ ଶଙ୍କର କର୍କଟ ଗବେଷଣା ପ୍ରତିଷ୍ଠାନରେ ପଞ୍ଜୀକରଣ ଫି’ ଛାଡ କରାଯାଇଛି।

Comments are closed.