ସମ୍ବଲପୁରରେ ଜୁନ ୧୬ରୁ ଆର୍ମି ନିଯୁକ୍ତି ରାଲି, ପ୍ରସ୍ତୁତିର ସମୀକ୍ଷା କଲେ ଜିଲ୍ଲାପାଳ 

ସମ୍ବଲପୁର: ସମ୍ବଲପୁର ସ୍ଥିତ ଜମାଦାରପାଲି ଏୟାରଷ୍ଟ୍ରିପ ଠାରେ ଆସନ୍ତା ୧୬ ଜୁନ ରୁ ୨୩ ଜୁନ ମଧ୍ୟରେ ଆର୍ମି ରାଲି ଅନୁଷ୍ଠିତ ହେବ। ଏହି ଆର୍ମି ରାଲିରେ ସମ୍ବଲପୁର ଏ.ଆର.ଓ ଅନ୍ତର୍ଗତ ୧୦ ଜିଲ୍ଲା ( ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର, ସୋନପୁର, ବରଗଡ଼ ଏବଂ ବଲାଙ୍ଗୀର )ଏବଂ ଗୋପାଳପୁର ଏ. ଆର. ଓ ଅନ୍ତର୍ଗତ ୧୦ଗୋଟି ଜିଲ୍ଲା(ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ନୂଆପଡା, କନ୍ଧମାଳ ଏବଂ ବୌଦ୍ଧ) ର ପ୍ରାଥୀ ମାନେ ଅଂଶ ଗ୍ରହଣ କରିବେ। କିପରି ଏହି ଆର୍ମି ରାଲିକୁ ସଫଳତାର ସହିତ ଆୟୋଜନ କରାଯିବ, ସେଥିପାଇଁ ଆଜି ଜିଲ୍ଲାପାଳ ଅନନ୍ୟା ଦାସଙ୍କ ଅଧ୍ୟକ୍ଷତା ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ବୈଠକ ରେ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କୁ ଦାୟିତ୍ୱ ବଣ୍ଟନ କରାଯିବ ସହିତ କାର୍ଯ୍ୟକୁ ରାଲି ପୂର୍ବରୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାପାଳ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଧର୍ମେନ୍ଦ୍ର ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତି, ଏ. ଆର. ଓ ସମ୍ବଲପୁର ନିର୍ଦ୍ଦେଶକ କର୍ନେଲ ସନ୍ଦୀପ କୁମାର, ଆଞ୍ଚଳିକ ନିୟୋଜନ ସହକାରୀ ନିର୍ଦ୍ଦେଶକ ଶଙ୍କର ଚରଣ ମୁର୍ମୁ, ଆଞ୍ଚଳିକ ପରିଵହନ ଅଧିକାରୀ ରାମଦାସ ଟୁଡୁ, ଜିଲ୍ଲା ମଙ୍ଗଳ ଅଧିକାରୀ ଭାଗିରଥି ପଟେଲ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ପୁର୍ଣ ଚନ୍ଦ୍ର ସାହୁ, ସମ୍ବଲପୁର ମହାନଗର ନିଗମ ଡେପୁଟି କମିଶନର ଶଙ୍କର ପ୍ରସାଦ ସାହୁ, ସମେତ ଲାଇନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Comments are closed.