୨୦୨୩-୨୪ରୁ ବଢିବ ଯୁକ୍ତ ଦୁଇ ସିଟ୍

ଭୁବନେଶ୍ବର- ୨୦୨୩-୨୪ ଶିକ୍ଷା ବର୍ଷରୁ ବଢିବ ଯୁକ୍ତ ଦୁଇ ସିଟ। ମାଟ୍ରିକ ପରୀକ୍ଷାରେ ଅଧିକ ସଫଳତା ହାରକୁ ଦୃଷ୍ଟିରେ ରଖି ଯୁକ୍ତ ଦୁଇରେ ସିଟ ଅଭାବ ଦୂର କରିବାକୁ ଏହି ନିଷ୍ପତ୍ତି ନିଆଯାଇଥିବା ଗଣଶିକ୍ଷା ମନ୍ତ୍ରୀ ଓ ବିଭାଗୀୟ ସଚିବ ସୂଚନା ଦେଇଛନ୍ତି ।

ଆବଶ୍ୟକତାକୁ ଦେଖି ସିଟ୍‌ ବଢ଼ାଇବାକୁ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୧୦୬ଟି ନୂତନ ଉଚ୍ଚ ମାଧ୍ୟମିକ ସ୍କୁଲ ଖୋଲିବାକୁ ଘୋଷଣା କରାଯାଇଛି। ୧୦୬ ଅପଗ୍ରେଡେଡ୍ ଉଚ୍ଚ ମାଧ୍ୟମିକ ସ୍କୁଲରେ ୧୩ ହଜାର ସିଟ୍ ରହିବ । ପରୀକ୍ଷାରେ ସଫଳତା ହାର ଅଧିକ ଥିବାରୁ ସିଟ୍‌ ବଢ଼ିବ । ମୋ ସ୍କୁଲ ଅଭିଯାନରେ ବିଦ୍ୟାଳୟ ଗୁଡ଼ିକର ଭିତ୍ତିଭୂମି ବିକାଶ ହୋଇଛି। ୨୦୨୩ ଶେଷ ସୁଦ୍ଧା ରାଜ୍ୟରେ ସବୁ ହାଇସ୍କୁଲ ରେ ଆଇଟି ଲାବ୍ ଉପଲବ୍ଧ ହେବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

Comments are closed.