ଡିଜିଟାଲ ମୋଡରେ ଲାଞ୍ଚ ନେଲେ ଦୃଢ କାର୍ଯ୍ୟାନୁଷ୍ଠାନ: ଓଡ଼ିଶା ଭିଜିଲାନ୍ସ

ଭୁବନେଶ୍ବର – ଡିଜିଟାଲ ମୋଡରେ ଲାଞ୍ଚ ନ ନେବାକୁ ସତର୍କ କରିଛି ଭିଜିଲାନ୍ସ ବିଭାଗ। ଏହି ମୋଡରେ ଲାଞ୍ଚ କାରବାରର ପ୍ରମାଣ ମିଳିଲେ ଉଭୟ ଲାଞ୍ଚ ନେଉଥିବା ଓ ସାହାଯ୍ୟ କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛି ଭିଜିଲାନ୍ସ।

ଫୋନ୍ ପେ ମାଧ୍ୟମରେ ଓ ଲାଞ୍ଚ ନାମହୀନ ଚେକ୍ ମାଧ୍ୟମରେ ଲାଞ୍ଚ ନିଆଯାଇଥିବା ଘଟଣା ସାମ୍ନାକୁ ଆସିଛି । ସମସ୍ତ ମାମଲାରେ ସରକାରୀ କର୍ମଚାରୀମାନଙ୍କୁ ସେମାନଙ୍କ ଫୋନ୍ ପେ / ବ୍ୟାଙ୍କ ଆକାଉଣ୍ଟରେ ଲାଞ୍ଚ ନେଇ ସାହାଯ୍ୟ କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଛି।

ଭିଜିଲାନ୍ସ ପକ୍ଷରୁ କୁହାଯାଇଛି, ମନେରଖନ୍ତୁ, ଫୋନ୍ ପେ ମାଧ୍ୟମରେ ଲାଞ୍ଚ ନେବାବେଳେ ଆପଣ ସୁରକ୍ଷିତ ନୁହଁନ୍ତି। ଡିଜିଟାଲ୍ ନେଣଦେଣ ଉପରେ ନଜର ରଖାଯାଉଛି ।

Comments are closed.