ଲଘୁ ଖଣିଜ ପଦାର୍ଥର ଉତ୍ପାଦନ ଓ ପରିଚାଳନା ନେଇ ସମୀକ୍ଷା ବୈଠକ

ଭୁବନେଶ୍ଵର – ଇସ୍ପାତ ଓ ଖଣି ବିଭାଗର ସମ୍ମିଳନୀ କକ୍ଷରେ ରାଜ୍ୟରେ ଲଘୁ ଖଣିଜ ପଦାର୍ଥର ଉତ୍ପାଦନ ଓ ପରିଚାଳନା ରାଜସ୍ଵ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗଠାରୁ ଇସ୍ପାତ ଓ ଖଣି ବିଭାଗକୁ ହସ୍ତାନ୍ତର ହେଲାପରେ ଏହାର ବର୍ତ୍ତମାନର ସ୍ଥିତି ଓ କାର୍ଯ୍ୟାନ୍ୱୟନ ସମ୍ବନ୍ଧରେ ଏକ ସମୀକ୍ଷା ବୈଠକ ଇସ୍ପାତ ଓ ଖଣି ଏବଂ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ଅଧ୍ଯକ୍ଷତାରେ ଅନୁଷ୍ପିତ ହୋଇଥଲା । ଏହି ବୈଠକରେ ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଖଣି ଉପଦେଷ୍ଟା, ରାଜ୍ୟ ଖଣି ଓ ଭୂତତ୍ତ୍ଵ ନିର୍ଦ୍ଦେଶକ, ରାଜ୍ୟ ଲଘୁ ଖଣିଜ ନିର୍ଦ୍ଦେଶକ ଏବଂ ସମସ୍ତ ବିଭାଗୀୟ ଏବଂ ବିତ୍ତୀୟ ଅଧିକାରୀ ଉପସ୍ଥିତ ଥଲେ । ପ୍ରାରମ୍ଭରେ ମନ୍ତ୍ରୀଙ୍କ ଅବଗତି ନିମନ୍ତେ ରାଜ୍ୟ ଲଘୁ ଖଣିଜ ନିର୍ଦ୍ଦେଶକଙ୍କ ଦ୍ଵାରା ରାଜ୍ୟରେ ଥିବା ଲଘୁ ଖଣିଜ ପଦାର୍ଥର ଉତ୍ସ ବର୍ତ୍ତମାନ ସମୟରେ କାର୍ଯ୍ୟକାରୀ ହେଉଥବା ଉତ୍ସ ସମୂହ, ଏହାର ଆନ୍ତର୍ବିଭାଗୀୟ ହସ୍ତାନ୍ତର ପ୍ରକ୍ରିୟା ପରିବର୍ତ୍ତିତ ପରିସ୍ଥିତିରେ ଖଣି ବିଭାଗ ଅଧିକାରୀଙ୍କ ଦ୍ବାରା ଲଘୁ ଖଣିଜାତ ଦ୍ରବ୍ଯର ପରିଚାଳନା ବ୍ୟବସ୍ଥା, ଲଘୁ ଖଣିଜ ସମ୍ବନ୍ଧିତ ଆଇନର ସଂଶୋଧନ, ଲଘୁଖଣିଜାତ ଦ୍ରବ୍ଯରୁ ଆହରଣ ହେଉଥିବା ରାଜସ୍ଵ ଓ ଏଥି ସଂପର୍କିତ ଅନ୍ୟାନ୍ୟ ବିଷୟରେ ଏକ ସଂକ୍ଷିପ୍ତ ଉପସ୍ଥାପନା କରାଯାଇଥିଲା । ସମସ୍ତ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ପରେ ବିଭାଗୀୟ ମନ୍ତ୍ରୀ ରାଜ୍ୟର ସମସ୍ତ ଜିଲ୍ଲାରେ ଖଣି ଅଧିକାରୀମାନଙ୍କ ମୁତୟନ ଏବଂ କାର୍ଯ୍ୟ କରିବାକୁ ସୁନିଶ୍ଚିତ କରିବାକୁ ଏବଂ କାର୍ଯ୍ୟକାରୀ ଥିବା ଖଣିଜ ପଦାର୍ଥ ଉତ୍ସଗୁଡ଼ିକର ଯଥାଶୀଘ୍ର ହସ୍ତାନ୍ତର ନିମନ୍ତେ ଅନୁଦେଶ ଦେଇଥିଲେ । ରାଜ୍ୟରେ କେନ୍ଦ୍ର ସରକାରୀ ତଥା ରାଜ୍ୟ ସରକାରୀ ସଂସ୍ଥାଗୁଡ଼ିକ ଦ୍ଵାରା ହେଉଥିବା ଅନେକ ନିର୍ମାଣ, ଜନହିତକର କାର୍ଯ୍ୟଗୁଡ଼ିକର ସମାପନ ତଥା ସାଧାରଣ ବ୍ୟକ୍ତିବିଶେଷଙ୍କ ଗୃହନିର୍ମାଣ ଏବଂ ଅନ୍ୟ କାର୍ଯ୍ୟରେ ବ୍ୟବହାର ନିମନ୍ତେ ଲଘୁ ଖଣିଜ ଦ୍ରବ୍ୟର ଆବଶ୍ୟକତା ଉପରେ ଗୁରୁତ୍ଵାଆରୋପ କରିବା ସହିତ ଏହାର ଅବିରତ ଉତ୍ପାଦନ ଏବଂ ଉପଲବ୍ଧ ହେବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଥିବାରୁ ବିଭାଗ ଏଥି ପ୍ରତି ଧ୍ଯାନ ଦେଇ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରିବା ଏବଂ ଆଗାମୀ ବର୍ଷା ଋତୁ ପୂର୍ବରୁ ସମୟୋଚିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାସହିତ ଲଘୁ ଖଣିଜ ଦ୍ରବ୍ୟର ଚୋରାଚାଲାଣ ରୋକିବା ନିମନ୍ତେ ଜିଲ୍ଲା ପ୍ରଶାସନ ଓ ଆରକ୍ଷୀ ସହାୟତା ପ୍ରଦାନ କରିବାକୁ ଅନୁଦେଶ ଦେଇଥିଲେ ।

ମନ୍ତ୍ରୀ ଇସ୍ପାତ ଓ ଖଣି ବିଭାଗର ବିଗତ ବର୍ଷର କାର୍ଯ୍ୟକୁ ରାଜ୍ୟର ରାଜସ୍ଵ ବୃଦ୍ଧି କ୍ଷେତ୍ରରେ ଉତ୍ସାହଜନକ ପଦକ୍ଷେପ ବୋଲି ଅଭିହିତ କରିବା ସହିତ ଏହି କାର୍ଯ୍ୟଦକ୍ଷତା କାରଣରୁ ଲଘୁ ଖଣିଜ ପଦାର୍ଥର ପରିଚାଳନାର ଭାର ଏହି ବିଭାଗକୁ ଅର୍ପିତ କରାଯାଇଥୁବା ଜଣାଇଥିଲେ । ସମସ୍ତ କାର୍ଯ୍ୟକାରୀ ଉତ୍ସଗୁଡ଼ିକର ହସ୍ତାନ୍ତର ପ୍ରକ୍ରିୟା ସମାପନ ସହିତ ଉତ୍ସ ନିଲାମଧାରୀମାନଙ୍କୁ ଇ-ପାସ ପ୍ରଦାନ ଏବଂ ନିଲାମ ହେବାକୁ ପ୍ରସ୍ତୁତ ଥିବା ଉତ୍ସଗୁଡ଼ିକର ବୈଷୟିକ ଔପଚାରିକତା ଚୂଡ଼ାନ୍ତ କରି ଏହାକୁ ବିଧିବଦ୍ଧ ଭାବରେ ନୂତନ ସଂଶୋଧୂତ ଆଇନ ଅନୁଯାୟୀ ଇ- ନିଲାମ ପ୍ରକ୍ରିୟା ମାଧ୍ଯମରେ କାର୍ଯ୍ୟକାରୀ କରି ରାଜସ୍ଵ ବୃଦ୍ଧି କରିବା ନିମନ୍ତେ ସମସ୍ତ ସରକାରୀ କର୍ମଚାରୀଙ୍କୁ ନିଷ୍ଠାର ସହିତ କାର୍ଯ୍ୟ କରିବାକୁ ଆହ୍ବାନ କରିଥିଲେ । ମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣପୂର୍ବକ ସମୀକ୍ଷା ବୈଠକକୁ ସମାପ୍ତ କରି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରତ୍ୟେକ ମାସରେ ଏହି ବିଷୟରେ ପ୍ରଗତିର ଅନୁଧ୍ଯାନ କରାଯାଇ ମନ୍ତ୍ରୀଙ୍କ ଅବଗତି ନିମନ୍ତେ ଉପସ୍ଥାପନ କରାଯିବ ବୋଲି ପ୍ରକାଶ କରିଥିଲେ ।

Comments are closed.