ବକ୍ସଡ୍ରେନ ଟ୍ରାଜେଡି: ଦୁଇ ସହକାରୀ ଯନ୍ତ୍ରୀ ସସପେଣ୍ଡ୍

କଟକ – କଟକ ବକ୍ସଡ୍ରେନ୍ ପାଇପ ସନ୍ଧିରେ ଫସି ନାବାଳିକାଙ୍କ ମୃତ୍ୟୁ ଘଟଣାରେ କଟକ ମହାନଗର ନିଗମର -ସିଏମ୍‌ସିର ଦୁଇ ସହକାରୀ ଯନ୍ତ୍ରୀଙ୍କୁ ସସ୍‌ପେଣ୍ଡ କରାଯାଇଛି । ସହକାରୀ ଯନ୍ତ୍ରୀ ସଂଜୀବ ପ୍ରଧାନ ଓ ଦିଲୀପ ସାହୁଙ୍କୁ କର୍ତ୍ତବ୍ୟରେ ଅବହେଳା କାରଣରୁ ସସ୍‌ପେଣ୍ଡ କରିଛି ନଗର ଉନ୍ନୟନ ବିଭାଗ।

ବକ୍ସ ଡ୍ରେନ୍ ଟ୍ରାଜେଡିର ଯୁକ୍ତ ଦୁଇ ଛାତ୍ରୀ ଏନ୍. ମୋହିନୀଙ୍କ ମୃତ୍ୟୁ ହୋଇଥିଲା। ୧୭ ବର୍ଷର ଝିଅ ଏନ୍.ମୋହିନୀଙ୍କ ବାପା ସାଇକେଲରେ ବୁଲି ଚପଲ ବିକନ୍ତି। ମା’ ଅନ୍ୟ ଘରେ କାମ କରନ୍ତି। ଡ୍ରେନ୍ ପାଇପ ତଳେ ଘଣ୍ଟାଏ କାଳ ଚାପି ହୋଇ ଛଟପଟ ହେବା ହସପିଟାଲରେ ଆଖି ବୁଝିଥିଲେ ମୋହିନୀ ।

Comments are closed.