ପ୍ରଚଣ୍ଡ ଗରମ ଓ ଗୁଳୁଗୁଳି: ଦିନ ୨ଟା ସୁଦ୍ଧା ସମ୍ବଲପୁର ଉତ୍ତପ୍ତ ସହର | News Room Odisha

ପ୍ରଚଣ୍ଡ ଗରମ ଓ ଗୁଳୁଗୁଳି: ଦିନ ୨ଟା ସୁଦ୍ଧା ସମ୍ବଲପୁର ଉତ୍ତପ୍ତ ସହର

ଭୁବନେଶ୍ବର- ପ୍ରଚଣ୍ଡ ଗରମ ଓ ଅସହ୍ୟ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଓଡ଼ିଶା । ଆଜି ଦିନ ୨ ଟା ୩୦ ସୁଦ୍ଧା ପଶ୍ଚିମ ଓଡ଼ିଶାର ଅନେକ ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିୟସ ଉପରେ ହିଁ ରହିଥିଲା । ୪୪ ଦଶମିକ ୨ ଡିଗ୍ରୀ ସେଲସିୟସ ସହ ସମ୍ବଲପୁର ରାଜ୍ୟର ଉତ୍ତପ୍ତ ସହର ହୋଇଛି। ଝାରସୁଗୁଡ଼ାରେ ୪୩.୪, ହୀରାକୁଦରେ ୪୨.୮ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ଭୁବନେଶ୍ୱରରେ ୪୧.୪ ଡିଗ୍ରୀ, କେନ୍ଦୁଝରରେ ୩୬.୬, ଗୋପାଳପୁରରେ ୩୫.୪, ପୁରୀରେ ୩୪.୬,ପାରାଦୀପରେ ୩୨.୮,
ବାଲେଶ୍ୱରରେ ୩୨.୬,ଚାନ୍ଦବାଲିରେ ୨୬.୮ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି ।