ଓଡ଼ିଶାରେ ଗତ ୧୪ ବର୍ଷରେ ଦ୍ୱିତୀୟ ଥର ପାଇଁ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ 

ଭୁବନେଶ୍ଵର: ଓଡ଼ିଶାରେ ଗତ ୧୪ ବର୍ଷ ମଧ୍ୟରେ ହାୱଡା -ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ ଦ୍ୱିତୀୟ ଥର ପାଇଁ ଦୁର୍ଘଟଣାଗ୍ରସ୍ତ ହୋଇଛି । ପୂର୍ବରୁ ୨୦୦୯ ମସିହା ଫେବ୍ରୁଆରୀ ୧୨  ତାରିଖ ସଂଧ୍ୟାରେ ହାୱଡା -ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସେତେବେଳେ ଟ୍ରେନର ୧୩ଟି ବଗି ଯାଜପୁର ରୋଡ୍ ଷ୍ଟେସନ ନିକଟରେ ଲାଇନଚ୍ୟୁତ ହୋଇଥିଲା। ଏଥିରେ ୧୬ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା ହେବା ସହ ୧୬୧ ଜଣ ଆହତ ହୋଇଥିଲେ । ୧୧ଟି ସ୍ଲିପର କୋଚ୍ ଓ ଦୁଇଟି ଜେନେରାଲ କୋଚ୍ ଲାଇନଚ୍ୟୁତ ହୋଇଥିଲା।

Comments are closed.