ଟ୍ରେନ ଦୁର୍ଘଟଣା: ରାଜସ୍ୱ ମନ୍ତ୍ରୀ ଓ ଏସଆରସିଙ୍କୁ ଦୁର୍ଘଟଣା ସ୍ଥଳକୁ ପଠାଇଲେ ମୁଖ୍ୟମନ୍ତ୍ରୀ, ଉଦ୍ଧାର କାର୍ଯ୍ୟ ପାଇଁ ଅଗ୍ନିଶମ ଡିଜିଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ | News Room Odisha

ଟ୍ରେନ ଦୁର୍ଘଟଣା: ରାଜସ୍ୱ ମନ୍ତ୍ରୀ ଓ ଏସଆରସିଙ୍କୁ ଦୁର୍ଘଟଣା ସ୍ଥଳକୁ ପଠାଇଲେ ମୁଖ୍ୟମନ୍ତ୍ରୀ, ଉଦ୍ଧାର କାର୍ଯ୍ୟ ପାଇଁ ଅଗ୍ନିଶମ ଡିଜିଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ

ଭୁବନେଶ୍ବର- ବାହନଗା ଷ୍ଟେସନ ନିକଟରେ କରମଣ୍ଡଳ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି । ଏକ ମାଲବାହୀ ଟ୍ରେନକୁ ଧକ୍କା ଦେଇ ୪-୫ଟି ବଗି ଲାଇନଚ୍ୟୁତ ହୋଇଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଦୁର୍ଘଟଣା ସ୍ଥଳକୁ ଯାଇ ଉଦ୍ଧାର ଓ ରିଲିଫ କାର୍ଯ୍ୟ ତଦାରଖ କରିବାକୁ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ଏସ ଆରସି ସତ୍ୟବ୍ରତ ସାହୁଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରିଲିଫ ଓ ଉଦ୍ଧାର କାର୍ଯ୍ୟ ପାଇଁ ଓଡ୍ରାଫ ଓ ଏନଡିଆରଏଫ ଟିମ୍ ମଧ୍ୟ ଦୁର୍ଘଟଣା ସ୍ଥଳକୁ ଯାଇଛନ୍ତି।

ଉଦ୍ଧାର କାର୍ଯ୍ୟ ତଦାରଖ ପାଇଁ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କୁ ସ୍ବତନ୍ତ୍ର ଦାୟିତ୍ବ ଦେଇଛନ୍ତି ରାଜ୍ୟ ସରକାର । ଉଦ୍ଧାରକାର୍ଯ୍ୟ ତଦାରଖ ଏବଂ ସହାୟତା କରିବା ପାଇଁ ବାଲେଶ୍ୱର ମେଡ଼ିକାଲରୁ ଡାକ୍ତର, ମୁଖ୍ୟ ବରିଷ୍ଠ ଅଧିକାରୀ ହେମନ୍ତ ଶର୍ମା, ବଲୱନ୍ତ ସିଂ, ଅଗ୍ନିଶମ ସେବା ଡିଜିଙ୍କୁ ଘଟଣାସ୍ଥଳକୁ ପଠାଇଲେ ମୁଖ୍ୟମନ୍ତ୍ରୀ ।

ଅସମର୍ଥିତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଦୁର୍ଘଟଣାରେ ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ୫୦ରୁ ଅଧିକ ଆହତ ହୋଇଛନ୍ତି।