ବାଲେଶ୍ୱର ଟ୍ରେନ ଟ୍ରାଜେଡି : ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜୋରଦାର, କାଲି ଦୁର୍ଘଟଣା ସ୍ଥଳ ଯିବେ ମୁଖ୍ୟମନ୍ତ୍ରୀ  | News Room Odisha

ବାଲେଶ୍ୱର ଟ୍ରେନ ଟ୍ରାଜେଡି : ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜୋରଦାର, କାଲି ଦୁର୍ଘଟଣା ସ୍ଥଳ ଯିବେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର – ଓଡ଼ିଶାରେ ବଡ଼ ଧରଣର ଟ୍ରେନ ଟ୍ରାଜେଡି । ହାୱଡା- ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ ଓ ଯଶୋବନ୍ତପୁର -ହାୱଡା ଏକ୍ସପ୍ରେସ ବାଲେଶ୍ଵର ଜିଲ୍ଲାର ବାହନଗା ଷ୍ଟେସନ ନିକଟରେ ଲାଇନଚ୍ୟୁତ ହୋଇଛି । ପ୍ରଥମେ କରମଣ୍ଡଳ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇ ମାଲବାହୀ ଟ୍ରେନ ସହ ଧକ୍କା ହୋଇଥିଲା । ପରେ ଯଶୋବନ୍ତପୁର -ହାୱଡା ଏକ୍ସପ୍ରେସ ମଧ୍ୟ ଲାଇନଚ୍ୟୁତ ହୋଇଥିଲା । ଦୁଇଟି ଟ୍ରେନର ୧୭ଟି ବଗି ଲାଇନଚ୍ୟୁତ ହୋଇଛି । ଏହି ବଡ଼ ଧରଣର ଦୁର୍ଘଟଣାରେ ୫୦ ଜଣଙ୍କ ମୃତ୍ୟୁ ଆଶଙ୍କା କରାଯାଉଛି। ମୃତ୍ୟୁ ସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି । ୩୫୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା କୁହାଯାଉଛି । ଦୁର୍ଘଟଣା ପରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଧାର କାର୍ଯ୍ୟର ତଦାରଖ ପାଇଁ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ଏସଆରସି ସତ୍ୟବ୍ରତ ସାହୁଙ୍କୁ ଘଟଣାସ୍ଥଳକୁ ପଠାଇଛନ୍ତି। ଏଣେ ଏସଆରସି କଣ୍ଟ୍ରୋଲ ରୁମ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଦୁର୍ଘଟଣାର ଉଦ୍ଧାର କାର୍ଯ୍ୟ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ।ଆସନ୍ତାକାଲି ସକାଳେ ଦୁର୍ଘଟଣା ସ୍ଥଳ ଯିବେ ମୁଖ୍ୟମନ୍ତ୍ରୀ ।

ବାଲେଶ୍ୱର ଟ୍ରେନ ଦୁର୍ଘଟଣା ନେଇ ମୁଖ୍ୟ ସଚିବ ପ୍ରଦୀପ ଜେନା କହିଛନ୍ତି ଯେ, ଉଦ୍ଧାର କାର୍ଯ୍ୟରେ ଶହେରୁ ଅଧିକ ଆମ୍ବୁଲାନ୍ସ ନିୟୋଜିତ ହୋଇଛନ୍ତି । ବିଭିନ୍ନ ହସ୍ପିଟାଲରେ ୩୦୦ରୁ ଅଧିକ ଆହତ ପହଞ୍ଚିଛନ୍ତି । ବାଲେଶ୍ୱର ଓ ଭଦ୍ରକ ମେଡ଼ିକାଲ୍‌ ସହ କଟକ ଏସସିବି ପ୍ରସ୍ତୁତ ଅଛି ବୋଲି ସେ ସୂଚନା ଦେଇଛନ୍ତି।