କୋଲକାତାକୁ ଓଡ଼ିଶା ସରକାରଙ୍କ ମାଗଣା ବସ୍ ସେବା ଆରମ୍ଭ

ଭୁବନେଶ୍ୱର – ବାହାନଗା ଟ୍ରେନ ଦୁର୍ଘଟଣା ଯୋଗୁଁ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇନଥିବା ବେଳେ ଓଡ଼ିଶା ସରକାରଙ୍କ ପକ୍ଷରୁ କୋଲକାତାକୁ ମାଗଣା ବସ୍ ସେବା ଯୋଗାଉଛନ୍ତି। ଗତକାଲି ରାତି ସାଢ଼େ ୧୧ଟା ସୁଦ୍ଧା ପୁରୀରୁ ୨୦, ଭୁବନେଶ୍ବରରୁ ୨୩ ଓ କଟକରୁ ୧୬ଟି ବସ୍ କୋଲକାତା ଅଭିମୁଖେ ଯାଇଛି । ଏଥିମଧ୍ୟରେ ଓଏସଆରଟିସି ବସ୍ ମଧ୍ୟ ସାମିଲ ଅଛି । ଏହାଛଡା ମୃତଦେହ ସହ ସଂପର୍କୀୟଙ୍କୁ ନେବା ପାଇଁ ୫୮ଟି ଆମ୍ବୁଲାନ୍ସ/ ଡିବିସି ବିଏମସି ଓ ସ୍ୱାସ୍ଥ୍ୟ ବିଭାଗ ଅଧିନରେ ମୁତୟନ ହୋଇଛି ।

Comments are closed.