ବରଗଡ଼ରେ ଲାଇନ୍‌ଚ୍ୟୁତ୍ ହେଲା ଚୂନପଥର ବୋଝେଇ ଟ୍ରେନ୍, ଟ୍ରାକ୍‌ରୁ ଖସିଲା ୫ ୱାଗନ୍

ବରଗଡ଼: ବାହାନଗା ଟ୍ରେନ୍ ଟ୍ରାଜେଡି ମନରୁ ନ ଲିଭୁଣୁ ଓଡ଼ିଶା ପୁଣି ଗୋଟିଏ ଟ୍ରେନ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି । ବରଗଡ଼ରେ ଏକ ଚୂନପଥର ବୋଝେଇ ମାଲବାହୀ ଟ୍ରେନ ଦୁର୍ଘଟଣା ଘଟିଛି । ଡଙ୍ଗୁରି ଚୁନପଥର ଖଣିରୁ ବରଗଡ଼ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । ହୁଇଲ ଛିଣ୍ଡି ଯିବା ଯୋଗୁଁ ୫ଟି ବଗି ଓଲଟି ଲାଇନ୍‌ଚ୍ୟୁତ୍ ହୋଇଥିବା ସୂଚନା ମିଳିଛି । ତେବେ ଦୁର୍ଘଟଣାରେ କେହି ଆହତ ହୋଇନଥିବା ସୂଚନା ମିଳିଛି ।

ସୂଚନା ମୁତାବକ , ବରଗଡ଼ର ଏକ ସିମେଣ୍ଟ କାରଖାନାକୁ ଚୂନ ପଥର ନେଇ ଯାଉଥିବା ମାଲବାହୀ ଟ୍ରେନ୍ ଯାଉଥିବା ବେଳେ ମେଣ୍ଡାପାଲି ନିକଟରେ ୫ଟି ବଗି ଲାଇନଚ୍ୟୁତ୍ ହୋଇଛି । ଜଙ୍ଗଲ ମଧ୍ୟରେ ଟ୍ରେନ୍‌ ଦୁର୍ଘଟଣା ଘଟିଛି । ତେବେ ଦୁର୍ଘଟଣା କେହି ମୃତହତ ନେଇ ସୂଚନା ମିଳିପାରିନାହିଁ ।

Comments are closed.