ବିଶ୍ଵ ପରିବେଶ ଦିବସରେ ଜୈବିକ ଚାଷ ସଂପର୍କିତ ତାଲିମ ଶିବିର

ବରଗଡ଼: ବରଗଡ଼ ବ୍ଲକ ଅନ୍ତର୍ଗତ ବରଗାଁ ଧର୍ମଶାଳାଠାରେ ଆଜି ଭିତ୍ତିଭୂମି ସେବା ସଂଗଠନ ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଥିଲା। ଏହି ଅବସରରେ ଜୈବିକ ତାଲିମ ଦାତା ତଥା ଅନୁଭବ ବିହନ ବ୍ୟାଙ୍କ୍ ପ୍ରତିଷ୍ଠାତା ସୁଦାମ ସାହୁ ବରଗାଁ ଗ୍ରାମ ର ପ୍ରାୟ ୭୦ଜଣ ପୁରୁଷ ଓ ମହିଳା ଚାଷୀଙ୍କୁ ଜୈବିକ ଚାଷ ସଂପର୍କିତ ତାଲିମ ପ୍ରଦାନ କରିଥିଲେ। ବର୍ତ୍ତମାନ ସମୟରେ ସାରା ପୃଥିବୀରେ ଧୀରେ ଧୀରେ ତାପମାନ ବୃଦ୍ଧି ପାଉଛି। ଏହାର ପ୍ରମୁଖ କାରଣ ମଧ୍ୟରୁ ଜଙ୍ଗଲ ସଂଖ୍ୟା କମିବା, କଳ କାରଖାନା ବୃଦ୍ଧି, ସହ ରାସାୟନିକ ପଦ୍ଧତି ରେ ଚାଷ କରିବା ଅନ୍ୟ ଏକ ମୁଖ୍ୟ କାରଣ ଅଟେ। ରାସାୟନିକ ଚାଷ ର କ୍ଷତି , ଆମ ପରବେଶ ମଧ୍ୟ କ୍ଷତି ହେଇଛି। ଏହା ଦ୍ଵାରା ମାଟି ପାଣି ପବନ ଦୂଷିତ ହେବା ସହ ମାନବ ସମାଜ ମଧ୍ୟ ସ୍ଵାସ୍ଥ୍ୟଗତ ସମସ୍ୟା ର ସମ୍ମୁଖୀନ ହେଇଛି। ଆହୁରି ମଧ୍ୟ ଏହି ରାସାୟନିକ ଚାଷ ଦ୍ବାରା ବର୍ତ୍ତମାନ ବରଗଡ଼ ଜିଲ୍ଲା ଭାରତ ବର୍ଷର ଦ୍ବିତୀୟ କେଂସର୍ ସିଟି ର ମାନ୍ୟତା ପାଇ ସାରିଛି । ତେଣୁ ବେଳ ଥାଉ ଥାଉ ସତର୍କ ରହିବାକୁ ଶ୍ରୀ ସାହୁ ସୂଚନା ଦେଇଥିଲେ। ରାସାୟନିକ ଚାଷ ର ବିକଳ୍ପ ଭାବେ କମ୍ ଖର୍ଚ୍ଚ ରେ ବିହନ ରୁ ବିହନ ପର୍ଯ୍ୟନ୍ତ ଯାତ୍ରା ଅତି ସହଜ ରେ ଜୈବିକ ପଦ୍ଧତିରେ କେମିତି ଚାଷ କରାଯାଇପାରିବ ସେ ସମ୍ପର୍କରେ ବିଶଦ ଭାବେ ଶ୍ରୀ ସାହୁ ତାଲିମ ପ୍ରଦାନ କରିଥିଲେ।

ସନ୍ଧ୍ୟାରେ ପ୍ରତୀକ ସ୍ୱରୂପ ଏକ ଆମ୍ବ ଗଛ ଲଗା ଯାଇଥିଲା। କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବା ପାଇଁ ବରଗାଁ ବଜାର କମିଟି ସଦସ୍ୟ ମାନଙ୍କ ସହ ହୃଷିକେଶ, ତରଣୀ, ରାଧା ଚରଣ ଆଦି ସାଥି ମାନେ ସହଯୋଗ କରିଥିଲେ।

Comments are closed.