ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ

ଭୁବନେଶ୍ୱର – ରାଜଧାନୀ ଭୁବନେଶ୍ଵର ସମେତ କଟକ, ଭୁବନେଶ୍ୱର, ବାଲେଶ୍ୱର, ଖୋର୍ଦ୍ଧାରେ କାଳବୈଶାଖୀ ପ୍ରଭାବରେ ଆଜି ଅପରାହ୍ନରେ ପ୍ରବଳ ଝଡ଼ବର୍ଷା ହୋଇଛି । ଏଥିଯୋଗୁଁ ପ୍ରଭାବିତ ହୋଇଛି ସାଧାରଣ ଜୀବନଯାତ୍ରା।

ଭୁବନେଶ୍ୱରେ ଜୋରରେ ପବନ ସହ ବର୍ଷା ବାତ୍ୟାର ଭ୍ରମ ସୃଷ୍ଟି କରିଥିଲା । ବର୍ଷା-ପବନ ମାଡ଼ରେ ଗଛର ଡାଳ ଭାଙ୍ଗି ପଡ଼ି ରାସ୍ତାରେ ପଡ଼ିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ଭୁବନେଶ୍ୱରର ରାଜମହଲ-ଏଜି ରାସ୍ତାରେ ଅନେକ ଗଛ ପଡ଼ିଥିବା ଦେଖିବାକୁ ମିଳିଥିଲା । ରାସ୍ତାରୁ ଗଛ ପଡ଼ି ରହିବା ପରେ ସ୍ଥାନୀୟ ବ୍ୟବସାୟୀ ଓ ଯୁବକମାନେ ଆସି ସଫା କରିଥିଲେ ।

ଭୁବନେଶ୍ୱର ସମେତ କଟକ, କେନ୍ଦ୍ରାପଡା, ବାଲେଶ୍ୱର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି । ପ୍ରବଳ ଧୂଳି ଝଡ, ପବନ ବହିବା ସହ ଘଡଘଡି ଦେଖିବାକୁ ମିଳିଛି । କେନ୍ଦ୍ରାପଡାର ରାଜନଗର ଓ ବାଲେଶ୍ୱରର ନୀଳଗିରିରେ ପ୍ରବଳ ବେଗରେ ପବନ ବହିବା ସହ ବର୍ଷା ହୋଇଥିଲା ।

Comments are closed.