ପୁରୀ- ଦୁର୍ଗ ଏକ୍ସପ୍ରେସରେ ନିଆଁ | News Room Odisha

ପୁରୀ- ଦୁର୍ଗ ଏକ୍ସପ୍ରେସରେ ନିଆଁ

ନୂଆପଡ଼ା – ଓଡ଼ିଶାରେ ପୁଣି ଟ୍ରେନ ଅଘଟଣ। ପୁରୀ-ଦୁର୍ଗ ଏକ୍ସପ୍ରେସରେ ନିଆଁ ଲାଗିଯାଇଥିବା ଖବର ମିଳିଛି । ନୂଆପଡ଼ା ଖରିଆର ରୋଡରେ ଟ୍ରେନ ବଗିରେ ନିଆଁ ଲାଗିଯାଇଥିଲା । ଲୋକେ ଭୟଭୀତ ହୋଇ ଓହ୍ଲାଇ ପଡ଼ିଥିଲେ । ନିଆଁ ବ୍ୟାପକ ହେବା ପୂର୍ବରୁ ସ୍ଥାନୀୟ ଲୋକ ଓ ଦମକଳ ବାହିନୀ ଦ୍ୱାରା ନିଆଁକୁ ଆୟତ୍ତ କରାଯାଇଛି । ବ୍ରେକ୍ ବାଇଣ୍ଡିଂରେ ସ୍ପାର୍କିଂ ଘଟି ନିଆଁ ଲାଗିଥିବା ସୂଚନା ମିଳିଛି । ଏସି ବଗିର ବ୍ରେକ୍ ବାଇଣ୍ଡିଂରେ ଘଟିଥିଲା ସ୍ପାର୍କିଂ । ତେବେ ଏଥିରେ କୌଣସି କ୍ଷୟକ୍ଷତି ଘଟିନଥିବା ପ୍ରାଥମିକ ଭାବେ ସୂଚନା ମିଳିଛି ।