ବିପୁଳ ପରିମାଣର ବିଦେଶୀ ମଦ ଜବତ, କପଡା ବ୍ୟବସାୟୀଙ୍କ ପୁଅ ଗିରଫ

ବରଗଡ଼: ବରଗଡ଼ ଗ୍ରାମାଞ୍ଚଳ ଥାନା ତରଫରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ କରାଯିବା ସହ ଜଣେ ଯୁବକ ଗିରଫ କରାଯାଇଛି । ଗିରଫ ଯୁବକ ବରଗଡ଼ ୱାର୍ଡ ନମ୍ବର ୫ ସହରାପଡାର ସୋଭିତ ମିତ୍ତଲ ବୋଲି ପୋଲିସ ସୂଚନା ଦେଇଛି । ପୋଲିସ ସୋଭିତ ଠାରୁ ୯୫ ବୋତଲ ବିଦେଶୀ ମଦ ସହିତ (ଓଡ଼ି ୧୭ ଏଏ ୩୫୩୭) ନମ୍ବର କାର ଜବତ କରିଛି ।

ଏ ନେଇ ଗ୍ରାମାଞ୍ଚଳ ଥାନା କେସ ନମ୍ବର ୧୨୪ ରେ ଏକ ମାମଲା ରୁଜୁ କରି ସୋଭିତକୁ କୋର୍ଟ ଚାଲାଣ କରାଯାଇଥିବା ବରଗଡ଼ ଏସଡିପିଓ ଅମ୍ରୀତ କୁମାର ପଣ୍ଡା ସୂଚନା ଦେଇଛନ୍ତି ।

Comments are closed.