ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ସ୍ଥିତ ହୋଟେଲରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ | News Room Odisha

ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ସ୍ଥିତ ହୋଟେଲରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ

ଭୁବନେଶ୍ୱର – ରାଜଧାନୀ ମାଷ୍ଟରକ୍ୟାଣ୍ଟିନର ଏକ ହୋଟେଲରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବତୀ ଜଣଙ୍କ ଘର ବ୍ରହ୍ମଗିରି ଅଞ୍ଚଳର ବୋଲି ସୂଚନା ମିଳିଛି। ଯୁବତୀ ଜଣକ ଏକ ମୋବାଇଲ କମ୍ପାନୀରେ କାମ କରୁଥିଲେ ବୋଲି ସୂଚନା ମିଳିଛି। ଯୁବତୀ ଜଣଙ୍କ କମ୍ପାନୀ କାମରେ ନିଜର ସହକର୍ମୀଙ୍କ ସହ ଭୁବନେଶ୍ୱର ଆସିଥିଲେ। ହୋଟେଲର ଗୋଟିଏ ରୁମରେ ଯୁବତୀ ତାଙ୍କ ସହକର୍ମୀଙ୍କ ସହ ରହିଥିଲେ। ଆଜି ସକାଳେ ହୋଟେଲରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ହେଲେ ତାଙ୍କ ସହକର୍ମୀଙ୍କର କୌଣସି ପତ୍ତା ମିଳୁନାହିଁ। ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସପିଟାଲକୁ ପଠାଇଛି ।

ଯୁବତୀଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ପୋଲିସ ହୋଟେଲରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।