ଫିଫା ମହିଳା ବିଶ୍ୱକପ୍ ପୂର୍ବରୁ ଅକଲାଣ୍ଡରେ ଗୁଳିମାଡ, ୨ ମୃତ ଓ ୬ ଆହତ

ଅକଲାଣ୍ଡ୍ – ଫିଫା ମହିଳା ବିଶ୍ୱକପ୍ ଫୁଟବଲ ପୂର୍ବରୁ ନ୍ୟୁଜିଲାଣ୍ଡର ଅକଲାଣ୍ଡରେ ଗୁଳିମାଡ ହୋଇଥିବା ଖବର ମିଳିଛି।

ଗୁଳିମାଡ଼ରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣରୁ ଅଧିକ ଆହତ ହୋଇଛନ୍ତି। ସୁରକ୍ଷାକର୍ମୀଙ୍କ ଗୁଳିରେ ଗୁଳି ଚଳାଇଥିବା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି । ଫିଫା ମହିଳା ବିଶ୍ୱକପ୍ ଉଦଘାଟନର ୧୨ ଘଣ୍ଟା ପୂର୍ବରୁ ଗୁଳିମାଡ ହୋଇଥିବାରୁ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି। ତେବେ, ଧାର୍ଯ୍ୟ ସମୟରେ ଫିପା ବିଶ୍ବକପ୍‌ର ଉଦଘାଟନୀ ସମାରୋହ ହେବ ବୋଲି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କହିଛନ୍ତି।

Comments are closed.