ରାଜ୍ୟ ସରକାରଙ୍କ ‘ଅମ୍ଳାନ’ ଯୋଜନାର ସଫଳତା: ରକ୍ତହୀନତା ହ୍ରାସ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି

ଭୁବନେଶ୍ୱର: ରାଜ୍ୟର ଶିଶୁ, କିଶୋରୀ ଓ ମହିଳାମାନଙ୍କ ରକ୍ତହୀନତା ହ୍ରାସ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ପରିଲକ୍ଷିତ ହୋଇଛି । ରାଜ୍ୟ ସରକାରଙ୍କ ‘ଅମ୍ଳାନ’ ଯୋଜନା ଯୋଗୁ ଏହା ସମ୍ଭବ ହୋଇଛି ବୋଲି ଜଣା ପଡିଛି।

ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ୫ (ଏନ୍.ଏଫ୍.ଏଚ୍.ଏସ୍ – ୫) ତଥ୍ୟାନୁଯାୟୀ ରାଜ୍ୟରେ ୬ ରୁ ୫୯ ମାସ ବୟସ୍କ ଶିଶୁମାନଙ୍କ ରକ୍ତହୀନତା ସ୍ତର ୬୪.୨% ଥିବାବେଳେ ଅମ୍ଳାନ କାର୍ଯ୍ୟାନ୍ଵୟନ୍ ପରବର୍ତ୍ତୀ ପରୀକ୍ଷା ଅନୁସାରେ ବର୍ତ୍ତମାନ ଏହା ୪୨.୩%କୁ ହ୍ରାସ ପାଇଛି । ସେହିପରି ୧୦ – ୧୯ ବର୍ଷ କିଶୋରୀମାନଙ୍କ ରକ୍ତହୀନତା ୬୫.୫% ରୁ ୪୬.୯% କୁ କମିଛି । ପ୍ରଜନନକ୍ଷମ ମହିଳାଙ୍କ କ୍ଷେତ୍ରରେ ରକ୍ତହୀନତା ସ୍ଥିତି ୬୪.୩% ଥିବାବେଳେ ବର୍ତ୍ତମାନ ତାହା ୫୫.୭% କୁ କମିଛି।

ଜାତୀୟ ଓ ରାଜ୍ୟ ଯୋଜନାର ସଫଳ ରୂପାୟନ ଦ୍ଵାରା ରକ୍ତହୀନତା କମାଯାଇ ପାରିଛି ବୋଲି ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ଶାଲିନୀ ପଣ୍ଡିତ କହିଛନ୍ତି।

ସୂଚନା ଯୋଗ୍ୟ, ରକ୍ତହୀନତା କ୍ଷେତ୍ରରେ ଓଡ଼ିଶାର ସ୍ଥିତି ଗୁଜରାଟ, ବିହାର ଓ ଆସାମ ଆଦି ରାଜ୍ୟ ତୁଳନାରେ ଭଲ ଅଛି। ଜାତୀୟ ସର୍ବେକ୍ଷଣ ତଥ୍ୟ ଅନୁଯାୟୀ , ଓଡ଼ିଶା ମଧ୍ୟ ୫ ବର୍ଷରୁ କମ ବୟସର ଶିଶୁମାନଙ୍କ ପୃଷ୍ଟି ସାଧନରେ ଆଖି ଦୃଷିଆ ଅଗ୍ରଗତି ହାସଲ କରିଛି।

Comments are closed.