ସମ୍ବଲପୁର ସହରରେ ଆସନ୍ତା ୨୦୨୪ ଜୁନ ମାସ ଯାଏ ସବୁ ଧାର୍ମିକ ଶୋଭାଯାତ୍ରା ବନ୍ଦ | News Room Odisha

ସମ୍ବଲପୁର ସହରରେ ଆସନ୍ତା ୨୦୨୪ ଜୁନ ମାସ ଯାଏ ସବୁ ଧାର୍ମିକ ଶୋଭାଯାତ୍ରା ବନ୍ଦ

ସମ୍ବଲପୁର: ଗତ ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ଘଟିଥିବା ହିଂସା ପାଇଁ ପ୍ରଶାସନର କଡା ପଦକ୍ଷେପ। ଆସନ୍ତା ୨୦୨୪ ଜୁନ ପର୍ଯ୍ୟନ୍ତ ସହରରେ ସବୁ ଧାର୍ମିକ ଶୋଭାଯାତ୍ରା ବନ୍ଦ ରହିବ ବୋଲି ଆଜି ଏସପି ମୁକେଶ ଭାମୁ ସ୍ପଷ୍ଟ ସୂଚନା ଦେଇଛନ୍ତି।

ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମହରମ ପାଇଁ ଶାନ୍ତି କମିଟି ବୈଠକରେ ସାଂପ୍ରଦାୟିକ ସଦଭାବନା ବଜାୟ ରଖିବାକୁ ଆହ୍ଵାନ ଦିଆଯାଇଥିଲା। ତେବେ, ଗତ ହନୁମାନ ଜୟନ୍ତୀ ସମୟରେ ଘଟିଥିବା ଗଣ୍ଡଗୋଳ ତଥା ହିଂସାକୁ ଦେଖି ଆସନ୍ତା ୨୦୨୪ ଜୁନ ମାସ ଯାଏ ସହରରେ କୌଣସି ପ୍ରକାର ଧାର୍ମିକ ଶୋଭାଯାତ୍ରା କରିବାକୁ ଅନୁମତି ଦିଆଯିବନି ବୋଲି ପ୍ରଶାସନ ସ୍ପଷ୍ଟ କରିଛି। ହେଲେ ସମସ୍ତ ପରମ୍ପରା ନୀତି ଅନୁଯାୟୀ ପାଳନ କରିବାରେ କୌଣସି ଅସୁବିଧା ନାହିଁ ବୋଲି ଏସପି ସ୍ପଷ୍ଟ କରିଛନ୍ତି।