ଭାରତର କ୍ଲିନ୍ ସୁଇପ୍ ଆଶାରେ ବର୍ଷା ପ୍ରତିବନ୍ଧକ, ଦ୍ବିତୀୟ ଟେଷ୍ଟ ଡ୍ର, ସିରିଜ୍ ୧-୦ରେ ଜିତିଲା ଟିମ୍ ଇଣ୍ଡିଆ | News Room Odisha

ଭାରତର କ୍ଲିନ୍ ସୁଇପ୍ ଆଶାରେ ବର୍ଷା ପ୍ରତିବନ୍ଧକ, ଦ୍ବିତୀୟ ଟେଷ୍ଟ ଡ୍ର, ସିରିଜ୍ ୧-୦ରେ ଜିତିଲା ଟିମ୍ ଇଣ୍ଡିଆ

ପୋର୍ଟ ଅଫ୍ ସ୍ପେନ୍: ଲଗାଣ ବର୍ଷା ଯୋଗୁଁ ପଞ୍ଚମ ଦିନ ବର୍ଷାରେ ଧୋଇଯିବା ପରେ ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ କ୍ରିକେଟ୍ ମ୍ୟାଚ୍ ଡ୍ରରେ ଶେଷ ହୋଇଛି।

ଏଥିସହ ଭାରତ ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜ୍ ୧-୦ରେ ଜିତିନେଇଛି । କିନ୍ତୁ ବର୍ଷା ଯୋଗୁଁ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ (ଡବ୍ଲୁଟିସି)ର ତୃତୀୟ ସିଜନରେ କିଛି ଗୁରୁତ୍ୱପୂର୍ଣ୍ଣ ପଏଣ୍ଟ ସଂଗ୍ରହ କରିବା ପାଇଁ ଭାରତର ଆଶାରେ ମଧ୍ୟ ପାଣି ଢ଼ାଳି ଦେଇଛି ।

ମ୍ୟାଚର ଚତୁର୍ଥ ଦିନରେ ଖେଳ ମଧ୍ୟ ବର୍ଷା ଦ୍ୱାରା ପ୍ରଭାବିତ ହୋଇଥିଲା । ୩୬୫ ରନର ଚ୍ୟାଲେଞ୍ଜିଂ ଟାର୍ଗେଟକୁ ପିଛାକରି ୱେଷ୍ଟଇଣ୍ଡିଜ୍ ୭୬ ରନରେ ୨ଟି ଓ୍ବିକେଟ୍ ହରାଇ ଦେଇଥିଲା । ୱେଷ୍ଟଇଣ୍ଡିଜ୍ ଆହୁରି ୨୮୯ ରନ୍ ପଛରେ ରହିଥିଲା ।

ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ଜର୍ମେନ୍ ବ୍ଲାକ୍ଉଡ୍ ୨୦ ଏବଂ ଓପନର୍ ଟାଗନାରାୟଣ ଚାନ୍ଦପାଲ୍ ୨୪ ରନ୍ କରି ଅପରାଜିତ ରହିଥିଲେ ।

ପ୍ରଥମେ ବ୍ୟାଟିଂ କରି ଭାରତ ବିରାଟ କୋହଲିଙ୍କ ୧୨୧ ରନର ପାଳି ସହାୟତାରେ ପ୍ରଥମ ଇନିଂସରେ ୪୩୮ ରନ୍ କରିଥିଲା। ଚତୁର୍ଥ ଦିନରେ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ଚମତ୍କାର ବୋଲିଂ ଯୋଗୁଁ ଭାରତ ପ୍ରଥମ ଇନିଂସରେ ୱେଷ୍ଟଇଣ୍ଡିଜକୁ ୨୫୫ ରନରେ ଅଲ୍ଆଉଟ୍ କରିଥିଲା।

ୱେଷ୍ଟଇଣ୍ଡିଜ୍ ଚତୁର୍ଥ ଦିନରେ ଅସମାପ୍ତ ପ୍ରଥମ ଇନିଂସ୍ ସ୍କୋର୍ ୨୨୯/୪ରୁ ଖେଳ ଆରମ୍ଭ କରିଥିଲା । କିନ୍ତୁ ସିରାଜ ସକାଳ ଅଧିବେଶନରେ ଘାତକ ପ୍ରଦର୍ଶନ ସହ ବିଜୟ ଆଶା ଉଜ୍ଜୀବିତ କରିଥିଲେ। ସିରାଜ ନିଜ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ ସହ ୬୦ ରନ୍ ଦେଇ ପାଞ୍ଚଟି ୱିକେଟ୍ ନେଇଥିଲେ।

୧୮୩ ରନର‌ ବଡ଼ ଅଗ୍ରଣୀ ପରେ ଅଧିନାୟକ ରୋହିତ ଶର୍ମା (୫୭) ଏବଂ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଇଶାନ୍ କିଶନ (୫୨ ନଟ୍ ଆଉଟ୍)ଙ୍କ ଆକ୍ରମଣାତ୍ମକ ଅର୍ଦ୍ଧଶତକ ବଳରେ ଭାରତ ୧୮୧/୨ ରେ ଦ୍ୱିତୀୟ ଇନିଂସ ଘୋଷଣା କରି ୱେଷ୍ଟଇଣ୍ଡିଜ୍ ଆଗରେ ଏକ ଚ୍ୟାଲେଞ୍ଜିଂ ଟାର୍ଗେଟ୍ ରଖିଥିଲା।

ଭାରତ ଡୋମିନିକାରେ ପ୍ରଥମ ଟେଷ୍ଟକୁ ଏକ ଇନିଂସ ଏବଂ ୧୪୧ ରନରେ ଜିତି ଧମାକାଦାର ଢଙ୍ଗରେ