ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ମାଓ କ୍ୟାମ୍ପ ଠାବ: ୫ କେଜି ବିସ୍ଫୋରକ, ୨୦ଟି ଚକୋଲେଟ ବୋମା ଓ ବିପୁଳ ମାଓସାମଗ୍ରୀ ଜବତ | News Room Odisha

ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ମାଓ କ୍ୟାମ୍ପ ଠାବ: ୫ କେଜି ବିସ୍ଫୋରକ, ୨୦ଟି ଚକୋଲେଟ ବୋମା ଓ ବିପୁଳ ମାଓସାମଗ୍ରୀ ଜବତ

ନୂଆପଡ଼ା: ସିନାପାଲି ଥାନା ପାଟଦର୍ହା ସଂରକ୍ଷିତ ଜଙ୍ଗଲ ତଥା ଓଡ଼ିଶା ଓ ଛତିଶଗଡ଼ ସୀମାନୁ ନଙ୍ଗଲଘାଟ ନିକଟରେ ପୁଲିସ ଏକ ମାଓ କ୍ୟାମ୍ପ ଠାବ କରିଛି । ଏସ୍‌ଓଜି , ଡିଭିଏଫ ଓ ସିଆର୍‌ପିଏଫ ଯବାନଙ୍କ ମିଳିତ କମ୍ବି ଅପରେସନ କରି ୫ କେଜି ବିସ୍ଫୋରକ , ୨୦ଟି ଚକୋଲେଟ ବୋମା ସହ ବିପୁଳ ମାଓ ସାମଗ୍ରୀ ଜବତ କରିଛନ୍ତି । ଓଡ଼ିଶା ଓ ଛତିଶଗଡ଼ ସୀମାନୁ ଉକ୍ତ ଜଙ୍ଗଲରେ ମାଓବାଦୀମାନେ ଏକ ବଡ଼ କ୍ୟାମ୍ପ କରି ରହୁଥିଲେ । କ୍ୟାମ୍ପରେ ସୁରକ୍ଷା ବଳ ଉପରେ ବଡ଼ ଧରଣର ଅଘଟଣ ଘଟାଇବା ପାଇଁ ଯୋଜନା କରୁଥିବା ଗୁଇନ୍ଦା ସୂତ୍ରରୁ ନୂଆପଡ଼ା ପୁଲିସ ଖବର ପାଇଥିଲା ।

ନୂଆପଡ଼ା ଏସପି ଜିଆର ରାଘବେନ୍ଦ୍ରଙ୍କ ନିର୍ଦ୍ଦେଶକ୍ରମେ ପାଟଦର୍କା ସଂରକ୍ଷିତ ଜଙ୍ଗଲରେ ଏସଓଜି , ଡିଭିଏଫ ଓ ସିଆରପିଏଫ ଜବାନଙ୍କ ମିଳିତ କମିଂ ଅପରେସନ ଆରମ୍ଭ କରିଥିଲେ । ସୀମାନ୍ତ ନଙ୍ଗଲଘାଟ ଗାଁ ନିକଟସ୍ଥ ଏକ ଘଞ୍ଚ ଜଙ୍ଗଲ ଭିତରେ ଯବାନମାନେ ଏକ ମାଓ କ୍ୟାମ୍ପ ନିକଟରେ ପହଞ୍ଚିଥିଲେ । ସର୍ଚ୍ଚ ଅପରେସନରେ ୫କେଜି ବିସ୍ଫୋରକ, ୨୦ଟି ଚକୋଲେଟ ବୋମା ସହ ବହୁ ସାମଗ୍ରୀ ଜବତ କରିଥିଲେ।