ଫିରିଙ୍ଗିଆ ଥାନା ପୋଡ଼ି ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ  | News Room Odisha

ଫିରିଙ୍ଗିଆ ଥାନା ପୋଡ଼ି ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ 

ଫୁଲବାଣୀ – କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୋଡ଼ି ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ପୂର୍ବତନ ସରପଞ୍ଚ ବିଶ୍ବରଞ୍ଜନ କହଁରଙ୍କୁ ଫୁଲବାଣୀ ସହରରୁ ଗିରଫ କରାଯାଇଛି। ଥାନା ପୋଡି ଘଟଣାରେ ଏବେ ସୁଦ୍ଧା ୨୪ ଜଣଙ୍କୁ ଗିରଫ କରାଯାଇ ସାରିଲାଣି । ଗଞ୍ଜେଇ ମାଫିଆଙ୍କ ସହ ଯୋଗସୂତ୍ର ରଖିଥିବା ଅଭିଯୋଗରେ ତତ୍କାଳୀନ ଫିରିଙ୍ଗିଆ ଥାନା ଆଇଆଇସି ଓ ତାଙ୍କର ଦୁଇ ସହଯୋଗୀ ହୋମଗାର୍ଡ ଙ୍କ ବିରୋଧରେ ସ୍ଥାନୀୟ ଲୋକେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରୁଥିଲେ । କିନ୍ତୁ କେହି ନ ଶୁଣିବାରୁ କିଛି ଦିନ ତଳେ ଉତ୍ତ୍ୟକ୍ତ ଲୋକେ ଥାନାରେ ନିଆଁ ଲଗାଇବା ସହ ବ୍ୟାପକ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଥିଲା । ତତ୍କାଳୀନ ଆଇଆଇସିଙ୍କୁ ଫୁଲବାଣୀ ସ୍ଥାନାନ୍ତର କରାଯିବା ସହ ପରେ ନିଲମ୍ବିତ କରାଯାଇଛି। ଦୁଇ ହୋମଗାର୍ଡଙ୍କୁ କାର୍ଯ୍ୟାନ୍ତର କରାଯାଇଛି।