ରାଜ୍ୟରେ ଜୁନ ପହିଲାରୁ ଏଯାବତ୍ ୭୩୬.ମିମି ବୃଷ୍ଟିପାତ, ୧୧ ଜିଲ୍ଲାରେ ନିଅଣ୍ଟିଆ ସ୍ଥିତି

ଭୁବନେଶ୍ୱର –  ରାଜ୍ୟରେ ଚଳିତ ମାସରେ ଏଯାବତ ସ୍ୱାଭାବିକ ବର୍ଷା ହୋଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଅଗଷ୍ଟରେ ଏଯାବତ ୨୫୩.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଏହା ସ୍ୱାଭାବିକ ବର୍ଷା ୨୫୦.୮ ମିମି ଠାରୁ ସାମାନ୍ୟ ଅଧିକ ।

ଏଣେ ଜୁନ ପହିଲାରୁ ଅଗଷ୍ଟ ୨୦ ମଧ୍ୟରେ ସମଗ୍ର ରାଜ୍ୟରେ ୭୩୬. ୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏହି ସମୟ ମଧ୍ୟରେ ସ୍ବାଭାବିକ ବୃଷ୍ଟିପାତ ପରିମାଣ ୮୦୧ ଦଶମିକ ୫ ମିଲିମିଟର ରହିବା କଥା । ଏ ଯାଏଁ ରାଜ୍ୟରେ ୧୧ଟି ଜିଲ୍ଲାରେ ନିଅଣ୍ଟିଆ, ୨ଟି ଜିଲ୍ଲାରେ ଅତ୍ୟଧିକ ଓ ୧୭ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଥିବା ପାଣିପାଗ ବିଭାଗର ତଥ୍ୟରୁ ଜଣାପଡିଛି।

Comments are closed.