ସନ୍ଦେହଘେରରେ ମା ପୁଅଙ୍କ ଆତ୍ମହତ୍ୟା

ସମ୍ବଲପୁର: ସମ୍ବଲପୁର ସହରର ଟାଙ୍ଗରପାଲିର ଏକ ଘରୁ ମା ପୁଅଙ୍କ ମୃତଦେହ ଉଦ୍ଧାର ଘଟଣା ଚାଞ୍ଚଲ୍ଯ ସୃଷ୍ଟି କରିଛି। ଶିକ୍ଷୟିତ୍ରୀ ଜ୍ୟୋସ୍ନାରାଣୀ ଦାସ ଏବଂ ପୁଅ ସୁଧୀର ପଣ୍ଡାଙ୍କ ଝୁଲନ୍ତା ଶବକୁ ପୁଲିସ ଗତକାଲି ଉଦ୍ଧାର କରିଛି। ସେପଟେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ପାରିବାରିକ କଳହ ବୋଲି ଅନୁମାନ କରାଯାଉଛି।

ଟାଙ୍ଗରପାଲି ରେଳ ପୋଲ ନିକଟସ୍ଥ ବସ୍ତିର ଏକ ଘରୁ ମା ଜ୍ୟୋସ୍ନାରାଣୀ ଏବଂ ପୁଅ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି। ସୁଧୀରଙ୍କ ପତ୍ନୀ ତାଙ୍କ ବାପ ଘର ସୁନ୍ଦରଗଡ ଯାଇଥିବା ବେଳେ ଗତକାଲି ଫେରି ସ୍ବାମୀ ଓ ଶାଶୁଙ୍କ ମୃତଦେହ ଝୁଲୁଥିବା ଦେଖି ପୁଲିସ ଖବର ଦେଇଥିଲେ। ପୁଲିସ ପହଞ୍ଚି ଉଭୟଙ୍କ ଶବ ଜବତ ସହ ବ୍ୟବଚ୍ଛେଦ କରାଇଛି। ଏହାଛଡା ଘଟଣାର ତଦନ୍ତ ଆରମ୍ଭ କରିଛି। ଅପରପକ୍ଷେ ବର୍ଷକ ପୂର୍ବରୁ ଜ୍ୟୋସ୍ନାରାଣୀଙ୍କ ସାନପୁଅ ମଧ୍ଯ ଆତ୍ମହତ୍ୟା କରିଥିବା ବେଳେ ବହୁ ବର୍ଷ ପୂର୍ବରୁ ତାଙ୍କ ସ୍ବାମୀ ମଧ୍ଯ ଆତ୍ମହତ୍ୟା କରିଥିଲେ।

Comments are closed.