ନୃସିଂହନାଥ ମନ୍ଦିରରୁ ଦାନବାକ୍ସ ଚୋରି

ବରଗଡ଼: ବରଗଡ଼ ଜିଲ୍ଲା ପାଇକମାଲ ଠାରେ ଥିବା ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କର ମନ୍ଦିର ଏକ ବଡ ଧରଣର ଚୋରି ଘଟଣା ସମାନକୁ ଆସିଛି । ଆଜି ସକାଳେ ପୂଜକମାନେ ମହାପ୍ରଭୁଙ୍କର ନୀତି ସମ୍ପାଦନ ପାଇଁ ମଦିର ଖୋଲିବା ପରେ ମନ୍ଦିର ଭିତରେ ରହିଥିବା ଲୁହା ଲକର (ଦାନବାକ୍ସ) ଟି ସମ୍ପୂର୍ଣ୍ଣ ଭାବରେ ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ । ଏହାପରେ ଆହୁରି ତିନି ଗୋଟି ଦାନ ବାକ୍ସ ଗୟାବ ଥିବା ଜାଣିବା ପରେ ମନ୍ଦିର କର୍ମଚାରୀମାନେ ପ୍ରଥମେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ସମସ୍ତ ଘଟଣା ଜାଣିବା ପରେ ଶ୍ରୀ ପ୍ରଧାନ ପାଇକମାଲ ପୋଲିସକୁ ଘଟଣା ବାବଦରେ ଖବରଦେବା ପରେ ପାଇକମାଲ ପୋଲିସ, ପଦ୍ମପୁର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ବିଭୁତି ଭୂଷଣ ଭୋଇ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ମନ୍ଦିରରେ ଲାଗିଥିବା ସିସି ଟିଭିରେ ତିନିଜଣ ମୁଖା ପିନ୍ଧା ଲୋକ ଏହି ଚୋରୀରେ ସମ୍ପୃକ୍ତ ଥିବା ଦେଖିବାକୁ ମିଳିଛି । ତେବେ ଘଟଣାର ତଦନ୍ତ ପରେ ସବୁକିଛି ସୃଷ୍ଟ ହେବ । ମହାପ୍ରଭୁଙ୍କ ମନ୍ଦିର ଚୋରି ଘଟଣାରେ ସଂପୃକ୍ତ ଦୋଷୀ ମାନଙ୍କୁ ତୁରନ୍ତ ଗିରଫ ଉଚିତ ଓ ଦୃଷ୍ଟାନ୍ତ ମୂଳକ ଦଣ୍ଡ ବିଧାନ କରିବା ପାଇଁ ସାଧାରଣ ଜନତାଙ୍କର ଦାବି ରହିଛି ।

Comments are closed.