ନୂଆପଡ଼ା ଜିଲ୍ଲାରେ ମାଓ ଉତ୍ପାତ, ଜାଳିଲେ ବିଟ୍ ହାଉସ, ପୋଡିଲେ ଜେସିବି ମେସିନ | News Room Odisha

ନୂଆପଡ଼ା ଜିଲ୍ଲାରେ ମାଓ ଉତ୍ପାତ, ଜାଳିଲେ ବିଟ୍ ହାଉସ, ପୋଡିଲେ ଜେସିବି ମେସିନ

ନୂଆପଡ଼ା – ନୂଆପଡ଼ା ଜିଲ୍ଲାରେ ମାଓବାଦୀଙ୍କ ଉପଦ୍ରବ । ସଦର ଥାନା ଅନ୍ତର୍ଗତ ଗୋଳାବନ୍ଧ ନାକାପଡ଼ାରେ ବୋମାମାଡ଼ କରି ବିଟ୍ ହାଉସ୍ ଓ ଜେସିବି ମେସିନ୍ ଜାଳି ଦେଇଛନ୍ତି ମାଓବାଦୀ।

ଗତକାଲି ବିଳମ୍ବିତ ରାତିରେ ୧୫ରୁ ୨୦ ଜଣ ସଶସ୍ତ୍ର ମାଓବାଦୀ କେରମେରି ପଞ୍ଚାୟତର ଗୋଳାବନ୍ଧ ନାକାପଡ଼ାରେ ବିଟ୍ ହାଉସ ଉପରକୁ ବୋମାମାଡ଼ କରିଥିଲେ। ବୋମାମାଡ ଯୋଗୁଁ ବିଟ୍ ହାଉସ୍ ସଂପୂର୍ଣ୍ଣ ଜଳିଯାଇଥିଲା। ସେ‌ମାନେ ଜେସିବି ମେସିନ୍ ମଧ୍ୟ ଜାଳି ଦେଇଥିଲେ। ମାଓବାଦୀମାନେ ଲ‌ାଲେଶ୍ବର ପାଣ୍ଡେଙ୍କ ଘରେ ସରକାର ବିରୋଧୀ ୮ଟି ବ୍ୟାନର୍ ଲଗାଇଛନ୍ତି।