ଜିଏସଟି ଫାଙ୍କିବା ଅଭିଯୋଗ, ଶ୍ରୀକ୍ରିଷ୍ଣା ରାଇସ୍ ମିଲରେ ଚଢ଼ାଉ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଶ୍ରୀକ୍ରିଷ୍ଣା ରାଇସ୍ ମିଲ ନାମକ ଏକ ଲୁହା ଛଡ଼, ସିମେଣ୍ଟ ଆଦି ବ୍ୟବସାୟ କରୁଥିବା ଦୋକାନରେ ଜିଏସଟି ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଜିଏସଟି ଫାଙ୍କୁଥିବା ଅଭିଯୋଗରେ ଏହି ଚଢାଉ ବଲାଙ୍ଗୀର ଜିଏସଟି ବିଭାଗ ଡେପୁଟି କମିଶନର କିଶୋର ଚନ୍ଦ୍ର ମେହେରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କରାଯାଇଛି ।

ବଲାଙ୍ଗୀର ଜିଏସଟି ଏନଫୋର୍ସମେଣ୍ଟ ଟିମ୍ ୬ ଜଣିଆ ଟିମ୍ ଦୋକାନ, ଗୋଦାମ ଏବଂ ଘରେ ଏକକାଳୀନ ଚଢାଉ କରିଥିଲେ । କାଗଜପତ୍ର ଏବଂ ଷ୍ଟକ ଯାଞ୍ଚ କରିବା ସହ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଏବଂ ଲାପଟପ୍ ଜବତ କରିଛି ଜିଏସଟି ଟିମ୍ । ଦୋକାନ ମାଲିକ ଦେବରାଜ ପାତ୍ର ଜିଏସଟି ଫାଙ୍କୁଥିବା ନେଇ ଅଭିଯୋଗ ଆସିଥିଲା । ତେଣୁ ଚଢାଉ କରାଯାଉଥିବା ଜିଏସଟି ଅଧିକାରୀ ସୂଚନା ଦେଇଛନ୍ତି ।

ଚଢ଼ାଉରେ ଜିଏସଟି ଅଫିସର ରାଜେନ୍ଦ୍ର ନାଏକ, ଆଡ଼ିସିନାଲ୍ ଜିଏସଟି ଅଫିସର ଜିତେନ୍ଦ୍ରୀୟ ବାଗ, ଆସିଷ୍ଟାଣ୍ଡ ଜିଏସଟି ଅଫିସର
ସରୋଜ ବେରିହା, ବଲାଙ୍ଗୀର ସର୍କଲରୁ ଆଡ଼ିସିନାଲ ଜିଏସଟି ଅଫିସର ରଂଜନ କୁମାର ଉର୍ମା, ଆସିଷ୍ଟାଣ୍ଡ ଜିଏସଟି ଅଫିସର ସାଗରିକା ଆଚାର୍ଯ୍ୟ, ଆସିଷ୍ଟାଣ୍ଡ ଜିଏସଟି ଅଫିସର ମଞ୍ଜୁଲତା ତାଣ୍ଡି । ସୁରକ୍ଷାକୁ ଦୃଷ୍ଟିରେ ରଖି ବଲାଙ୍ଗୀର ରିଜର୍ଭ ପୋଲିସ ମୁତୟନ ହୋଇଥିଲେ ।

Comments are closed.