ଗୀତା ମେହେଟ୍ଟାଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ | News Room Odisha

ଗୀତା ମେହେଟ୍ଟାଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ

ନୂଆଦିଲ୍ଲୀ – ପ୍ରସିଦ୍ଧ ଲେଖିକା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଗୀତା ମେହେଟ୍ଟାଙ୍କ ଅନ୍ତିମ ସଂସ୍କାର ନୂଆଦିଲ୍ଲୀରେ ସମ୍ପନ୍ନ ହୋଇଛି। ନୂଆଦିଲ୍ଲୀ ଲୋଧୀ ରୋଡ୍ ସ୍ଥିତ ଶ୍ମଶାନ ଘାଟରେ ଗୀତାଙ୍କ ଶେଷକୃତ୍ୟ କରାଯାଇଛି। ଗୀତାଙ୍କ ଭାଇ ପ୍ରେମ ପଟ୍ଟନାୟକ, ନବୀନ ପଟ୍ଟନାୟକଙ୍କ ସମେତ ପରିବାରର ଅନ୍ୟ ସଦସ୍ୟମାନେ ଅନ୍ତିମ ସଂସ୍କାର ବେଳେ ଉପସ୍ଥିତ ଥିଲେ । ଗୀତାଙ୍କ ପୁଅ ଆଦିତ୍ୟ ସିଂହ ମେହେଟ୍ଟା ମୁଖାଗ୍ନି ଦେଇଥିଲେ।

ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଗୀତାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇ ଶେଷ ବିଦାୟ ଜଣାଇଥିଲେ।ସବିଜେଡି ସାଂସଦ ପିନାକୀ ମିଶ୍ର, ମାନସ ମଙ୍ଗରାଜ, ପୂର୍ବତନ ବିଧାୟକ ଅନଙ୍ଗ ଉଦୟ ସିଂହଦେଓ ଓ ବିଜେପି ରାଷ୍ଟ୍ରୀୟ ସଭାପତି ବୈଜୟନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଗତ ଶନିବାର ଦିନ ୮୦ ବର୍ଷ ବୟସରେ ଆଖି ବୁଜିଥିଲେ ଗୀତା ମେହେଟ୍ଟା।