ସମ୍ବଲପୁର, ବରଗଡ ଓ ସୁନ୍ଦରଗଡ ସଦର ଉପଖଣ୍ଡରେ ନୂଆଁଖାଇ ବାସି ଛୁଟି ଘୋଷଣା

ସମ୍ବଲପୁର: ଦିନକ ପରେ ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ। ଏଥିପାଇଁ ସମ୍ବଲପୁର, ବରଗଡ ଏବଂ ସୁନ୍ଦରଗଡ ଜିଲ୍ଲାର ସଦର ଉପଖଣ୍ଡରେ ନୂଆଁଖାଇ ବାସି ଦିନ ଅର୍ଥାତ ୨୧ ତାରିଖକୁ ଉତ୍ତରାଞ୍ଚଳ ରାଜସ୍ବ କମିଶନର ଛୁଟି ଘୋଷଣା କରିଛନ୍ତି। ଏନେଇ ବିଭିନ୍ନ ପକ୍ଷରୁ ହୋଇଥିବା ଦାବିକୁ ସମ୍ମାନ ଜଣାଇ ଆରଡିସି ରାଜ୍ୟ ସରକାରଙ୍କୁ ସୁପାରିଶ କରିଥିଲେ। ଆଉ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆରଡିସି ଏହାକୁ ସ୍ବତନ୍ତ୍ର ସ୍ଥାନୀୟ ଛୁଟି ଭାବେ ଘୋଷଣା କରିଛନ୍ତି।

ଏହା ପୂର୍ବରୁ ଆରଡିସି ବଲାଙ୍ଗୀର, ସୋନପୁର, ନୂଆପଡା, ବୌଦ୍ଧ ଏବଂ ଝାରସୁଗୁଡ଼ା ଜିଲ୍ଲାରେ ନୂଆଁଖାଇ ବାସି ଦିନକୁ ଆଞ୍ଚଳିକ ଛୁଟି ଘୋଷଣା କରି ସାରିଛନ୍ତି। ସେହିପରି ବ୍ରହ୍ମପୁର ଆରଡିସି ଅଧୀନରେ ଥିବା କଳାହାଣ୍ଡି ଜିଲ୍ଲାରେ ବି ନୂଆଁଖାଇ ବାସି ଛୁଟି ଘୋଷଣା ହୋଇସାରିଛି। ଏହାଦ୍ୱାରା ସାରା ପଶ୍ଚିମ ଓଡ଼ିଶାରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ରାଜ୍ୟ ସରକାରକୁ ସାଧୁବାଦ ଜଣାଇଛନ୍ତି ଲୋକେ।

Comments are closed.