ଆନ୍ତଃ ମନ୍ତ୍ରିସ୍ତରୀୟ କମିଟି ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହାର କଲା ପ୍ରାଥମିକ ଶିକ୍ଷକ ସଂଘ 

ଭୁବନେଶ୍ୱର -ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି ପ୍ରାଥମିକ ଶିକ୍ଷକ । ଆସନ୍ତାକାଲିଠୁ ଶିକ୍ଷକତା କାର୍ଯ୍ୟରେ ଯୋଗଦେବେ । ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ବରେ ଆନ୍ତଃ ମନ୍ତ୍ରିସ୍ତରୀୟ କମିଟି ଆନ୍ଦୋଳନରତ ଶିକ୍ଷକଙ୍କ ସହ ଆଲୋଚନା କରିଥିଲା । ଶିକ୍ଷକଙ୍କ ଦାବି ପୂରଣ ପାଇଁ ଡିସେମ୍ବର ଯାଏଁ ସମୟ ନେଇଛନ୍ତି ରାଜ୍ୟ ସରକାର । ପ୍ରାଥମିକ ଶିକ୍ଷକଙ୍କ ଦାବି ସମ୍ପର୍କରେ ସକାରାତ୍ମକ ଭାବେ ବିଚାର କରିବାକୁ ଆନ୍ତଃ ମନ୍ତ୍ରିସ୍ତରୀୟ କମିଟି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଛି । ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ଆନ୍ଦୋଳନ ପ୍ରତ୍ୟାହାର କରିଛି ।

Comments are closed.