ପାରାଦୀପରେ ଓଲଟିଲା ଡଙ୍ଗା, ୫ ଉଦ୍ଧାର, ୩ ନିଖୋଜ

ଜଗତସିଂହପୁର – ପାରାଦୀପ ନେହରୁ ବଙ୍ଗଳା ନିକଟରେ ଏକ ଡଙ୍ଗା ଓଲଟି ପଡିବାରୁ ୩ ଜଣ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଛନ୍ତି । ୫ ଜଣଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ୫ ମତ୍ସ୍ୟଜୀବୀଙ୍କୁ କୂଳକୁ ଅଣାଯାଇଛି । ଡଙ୍ଗା ଓଲଟିବା ବେଳେ ମୋଟ ୮ ଜଣ ଥିଲେ । ମୁହାଣରେ ପ୍ରଖର ସୁଅ ଓ ଅନ୍ଧାର ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ହେଲିକପ୍ଟରର ସହାୟତାରେ ସମୁଦ୍ରରେ ନିଖୋଜ ତିନିଜଣଙ୍କର ତଲାସି ଜାରି ରହିଛି।

Comments are closed.