ଭୁବନେଶ୍ୱର- – ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କୁ ଜନ ବିରୋଧୀ କାର୍ଯ୍ୟକଳାପ ପାଇଁ ବିଜେଡିରୁ ବହିଷ୍କାର କରାଯାଇଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।
ଖଣ୍ଡପଡ଼ା ବିଧାୟକଙ୍କ ବିରୋଧରେ ବ୍ୟାଙ୍କ ଲୋନ୍ ସ୍କାମ ଅଭିଯୋଗ ଆସିଛି । ସମ୍ବାଦର ଜଣେ ପୂର୍ବତନ କର୍ମଚାରୀଙ୍କ ଏତଲା ଆଧାରରେ ଅର୍ଥନୈତିକ ଅପରାଧ ଶାଖା – ଇଓଡବ୍ଲୁ ସୌମ୍ୟ ଓ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରିଛି । ସମ୍ବାଦର ଅନ୍ୟ ପୂର୍ବତନ କର୍ମଚାରୀମାନେ ମଧ୍ୟ ସମାନ ଅଭିଯୋଗ କରିଛନ୍ତି। ୩୦୦ କର୍ମଚାରୀଙ୍କ ନାଁରେ କୋଟି କୋଟି ଟଙ୍କାର ବ୍ୟାଙ୍କ ଋଣ ଜାଲିଆତି କରି ଉଠାଯାଇଥିବା ନେଇ ଅଭିଯୋଗ ହୋଇଛି।
ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା ସରକାରୀ ସବସିଡି ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ ହୋଇଛି। ୨୦୧୭-୧୮ରୁ ୨୦୧୯-୨୦ ମଧ୍ୟରେ ବାଲେଶ୍ଵର ସ୍ଥିତ ନିଗମାନନ୍ଦ ଆସୋସିଏଟ ନାମକ କମ୍ପାନୀରେ ମ୍ୟାନେଜିଂ ପାର୍ଟନର ଥିବା ବେଳେ ସୁଧାଂଶୁ ଅନ୍ୟମାନଙ୍କ ସହ ମିଲି ଭଗତରେ କୃଷକମାନଙ୍କ ପାଇଁ ଉଦ୍ଦିଷ୍ଟ ୩ କୋଟିରୁ ଅଧିକ ସରକାରୀ ସବସିଡି ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ରହିଛି। ଲୋକାୟୁକ୍ତଙ୍କ ନିର୍ଦ୍ଦେଶରେ ଏହି ଅଭିଯୋଗର ତଦନ୍ତ କରୁଛି ଭିଜିଲାନ୍ସ।
Comments are closed.