ଜାତୀୟ ଫୁଟ୍‌ବଲ୍‌ରେ ବରଗଡ଼ ଜିଲ୍ଲାର ଅନୀତା

ବରଗଡ଼: ୧୭ ବର୍ଷରୁ କମ ବର୍ଗର ଜାତୀୟ ଫୁଟବଲ ପ୍ରତିଯୋଗିତାରେ ବରଗଡ଼ ଜିଲ୍ଲା ବରପାଲି କଦଳୀପାଲିର ଅନୀତା କୁମ୍ଭାର ସ୍ଥାନ ପାଇଛନ୍ତି । ସେ ବର୍ତ୍ତମାନ ଭୁବନେଶ୍ବରରେ ରହି ତାଲିମ ଗ୍ରହଣ କରୁଛନ୍ତି ।

କଟକରେ ଆୟୋଜିତ ଜାତୀୟ ସବ୍ ଯୁନିଅର ବାଳିକା ଫୁଟବଲ ପ୍ରତିଯୋଗିତାରେ ସାମିଲ ହେବା ସହ ଏଥିରେ ସେ ପ୍ରତିଭା ପ୍ରଦର୍ଶନ କରିବେ । ଅନୀତାଙ୍କ କୋଚ୍ ଓ କଦଲୀପାଲି ମହିଳା ଫୁଟବଲ ତତ୍କାଧାରକ ସମ୍ପୂର୍ଣ୍ଣ ଭୋଇ ଅନୀତାଙ୍କୁ ତାଙ୍କ କୃତିତ୍ଵ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ତାଙ୍କ ନିକଟରୁ ଅନିତା ଛୋଟବେଳୁ ତାଲିମ ନେଉଥିଲେ । ସମ୍ପ୍ରତି ଜାତୀୟ ଫୁଟବଲ ଖେଳାଳି ଭାବରେ ମନୋନୀତ ହୋଇଥିବା ଖବରଟି ଜଣାପଡ଼ିଲା ପରେ ଅଞ୍ଚଳର କ୍ରୀଡାବିତ , କ୍ରୀଡାପ୍ରେମୀ ତଥା ବିଭିନ୍ନ ସାମାଜିକ ସଂସ୍ଥା ପକ୍ଷରୁ ଶୁବେଚ୍ଛାବାର୍ତ୍ତା ପହଞ୍ଚିବାରେ ଲାଗିଛି ।

ପ୍ରକାଶ ଥାଉକି କଦଳୀପାଲି ଗ୍ରାମରୁ ପୂର୍ବରୁ ନିକିତା ବିଶି, ମୁସ୍କାନ ପୋଢ଼ ମଧ୍ୟ ଜାତୀୟ ଏବଂ ଆନ୍ତର୍ଜାତିକ ସ୍ତରରେ ଫୁଟବଲ ଖେଳି ରାଜ୍ୟ ତଥା ଜିଲ୍ଲା ଓ ନିଜ ଜନ୍ମମାଟିକୁ ଗୌରବାନ୍ବିତ କରିଛନ୍ତି।

Comments are closed.