ଛାତ୍ରୀ ଦୁଷ୍କର୍ମରୁ ପୋଡ଼ାଜଳା ଘଟଣା, ୩୦ ଅଟକ, ଅଭିଯୁକ୍ତ ପିଅନ ସସପେଣ୍ଡ୍  | News Room Odisha

ଛାତ୍ରୀ ଦୁଷ୍କର୍ମରୁ ପୋଡ଼ାଜଳା ଘଟଣା, ୩୦ ଅଟକ, ଅଭିଯୁକ୍ତ ପିଅନ ସସପେଣ୍ଡ୍ 

ରାୟଗଡ଼ା – ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଡଙ୍ଗାସିଲ ଆବାସିକ ସ୍କୁଲରେ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ପରେ ସଂପୃକ୍ତ ଅଂଚଳରେ ଉତ୍ତେଜନା ପରେ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ସେଠାରେ ପୋଲିସ ମୁତୟନ ଅଛନ୍ତି। ପୋଲିସ ଉପରେ ଆକ୍ରମଣ ଓ ଜଳାପୋଡା ଘଟଣାରେ ୩୦ ଜଣଙ୍କୁ ଅଟକ ରଖାଯାଇଛି। ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ସ୍କୁଲ ପିଅନ ଶିବ ପ୍ରସାଦ ମିଶ୍ରକୁ ସସ୍‌ପେଣ୍ଡ କରାଯାଇଛି। ଛାତ୍ରୀ ଦୁଷ୍କର୍ମକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ତୀବ ଉତ୍ତେଜନା ପ୍ରକାଶ ପାଇଥିଲା । ନ୍ୟାୟ ଦାବିରେ ଲୋକେ ରାସ୍ତାକୁ ଓହ୍ଲାଇଥିଲେ। ଏକ ବସରେ କିଛି ଲୋକ ନିଆଁ ଲଗାଇଦେବା ସହ ଭଙ୍ଗାରୁଜା କରିଥିଲେ ।