ମୋହନାରେ ହୋଟେଲ୍ ଜଳିଲା

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଲୁହାଗୁଡିରେ ଥିବା ଏକ ହୋଟେଲ ରବିବାର ଜଳିଯାଇଛି। ଗ୍ୟାସ୍ ସିଲିଣ୍ଡର୍ ଲିକ୍ ହୋଇ ହୋଟେଲରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଜିନିଷ ଜଳି ଯାଇଛି। ମୋହନା ଦମକଳ ବାହିନୀ ନିଆକୁ ଆୟତ୍ତ କରିଥିଲା। ହୋଟେଲ କର୍ମଚାରୀ ଗ୍ୟାସ୍ ଚୁଲାରେ ରୋଷେଇ କରୁଥିବା ବେଳେ ଅଚାନକ ଗ୍ୟାସ୍ ଲିକ୍ ହୋଇ ନିଆଁ ଲାଗିଯାଇଥିଲା। ଭୟରେ ହୋଟେଲ କର୍ମଚାରୀ ଓ ଖାଉଥିବା ଲୋକେ ବାହାରକୁ ଚାଲି ଆସିଥିଲେ। ହୋଟେଲ୍ ହୁତହୁତ ହୋଇ ଜଳିଥିଲା। ଗଞ୍ଜାମ- ଗଜପତି- ରାୟଗଡ଼ା ଜିଲ୍ଲାକୁ ଯାଆସ ଦୃଷ୍ଟିରୁ ଏହି ଛକ ବେଶ୍ ମହତ୍ତ୍ୱପୂର୍ଣ୍ଣ। ଏଠାରେ ବସ୍, ଗାଡ଼ି ମୋଟର ଅଟକାଇ ଯାତ୍ରୀ ଜଳଖିଆ ଓ ଭୋଜନ କରିଥାନ୍ତି। ତେଣୁ ଏହି ଅଗ୍ନିକାଣ୍ଡ ଫଳରେ ପ୍ରାୟ ୨ ଘଣ୍ଟା ଧରି ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଥିଲା।

Comments are closed.