ସୁନ୍ଦରଗଡ଼ରେ ହାତୀ ଆକ୍ରମଣରେ ଆଉ ଜଣଙ୍କର ଜୀବନ ଗଲା | News Room Odisha

ସୁନ୍ଦରଗଡ଼ରେ ହାତୀ ଆକ୍ରମଣରେ ଆଉ ଜଣଙ୍କର ଜୀବନ ଗଲା

ସୁନ୍ଦରଗଡ଼ – ସୁନ୍ଦରଗଡ଼ରେ ପୁଣି ଜୀବନ ନେଇଛି ହାତୀ । ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବନାଞ୍ଚଳର ଟିମିନା କିଷାନପଡାରେ ଘଟିଛି ଏହି ଘଟଣା । ଗାଁର ବିପିନ ଟପ୍ପୋ ଗତକାଲି ରାତିରେ ବିପିନ ଘରେ ଶୋଇଥିଲା ବେଳେ ଏକ ହାତୀ ଆସି ତାଙ୍କ ଘର ଭାଙ୍ଗୁଥିଲା। ବିପିନଙ୍କ ନିଦ ଭାଙ୍ଗିଯିବାରୁ ସେ ବାହାରକୁ ଆସି ହାତୀଟିକୁ ଗୋଡ଼ାଇଥିଲେ। କିନ୍ତୁ ହାତୀଟି ବିପିନଙ୍କୁ ଶୁଣ୍ଢରେ ଉଠାଇ କଚାଡି ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

ଗତକାଲି ସବଡେଗା ଟାଙ୍ଗରଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିଲା।